ନୂଆଦିଲ୍ଲୀ : ସରକାର ସମସ୍ତ ବର୍ଗ ପାଇଁ କିଛି ନା କିଛି ଯୋଜନା କରିଛନ୍ତି। ଯେଉଁଥିରେ ଗରିବ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ବର୍ଗ ଲାଭ ପାଇପାରିବେ। ସେଭଳି ଏକ ଯୋଜନା ଏକ ଯୋଜନା ପୋଷ୍ଟ ଅଫିସରୁ ପ୍ରଦାନ କରାଯାଉଛି। ଏହି ଯୋଜନାରେ ଯେକୌଣସି ନାଗରିକ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରି ପାରିବେ। ଯାଦ୍ୱାରା ନିବେଶକଙ୍କୁ ମୋଟା ଅଙ୍କର ସୁଧ ମିଳି ପାରିବ। ଏହାସହ ଆୟକର ଛାଡ ମଧ୍ୟ ମିଳିବ। ଜାଣନ୍ତୁ ଏହି ଯୋଜନା ବିଷୟରେ..
ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..
ଏହି ସରକାରୀ ଯୋଜନା ପୋଷ୍ଟ ଅଫିସର ଟାଇମ୍ ଡିପୋଜିଟ୍ (post office time deposit)। ଛୋଟ ସଞ୍ଚୟ ଯୋଜନା ଅଧିନରେ ଏହି ଯୋଜନା ସଞ୍ଚାଳିତ ହେଉଛି। ଏଥିରେ ସମୟ ସମୟରେ ସୁଧ ଏକାଠି ହୋଇଥାଏ। ଏହି ଯୋଜନାକୁ ପୋଷ୍ଟ ଅଫିସ୍ ଏଫଡି ମଧ୍ୟ କୁହାଯାଏ। ଏହା ୪ ପ୍ରକାର..
ପୋଷ୍ଟ ଅଫିସରେ ଟାଇମ୍ ଡିପୋଜିଟ୍ ଅନୁଯାୟୀ, ବର୍ଷେ ପାଇଁ ୬.୯%ର ସୁଧ ଦିଆଯାଏ।
୨ ବର୍ଷ ପାଇଁ ୭.୦% ସୁଧ ଦିଆଯାଏ।
୩ ବର୍ଷ ପାଇଁ ୭.୧% ସୁଧ ଦିଆଯାଏ।
୫ ବର୍ଷ ପାଇଁ ୭.୫% ସୁଧ ଦିଆଯାଏ।
ପୋଷ୍ଟ ଅଫିସ୍ ଟିଡି ଅନୁଯାୟୀ, ଜଣେ ନଚେତ୍ ୩ ଜଣ ଏକାଠି ଆକାଉଣ୍ଟ ଖୋଲି ପାରିବେ। ଏହି ଯୋଜନାରେ ଅତି କମରେ ହଜାରେ ଟଙ୍କା ନିବେଶ କରି ପାରିବେ। ୬ ମାସ ମଧ୍ୟରେ ଟଙ୍କା ଉଠାଇ ପାରିବେ ନାହିଁ।



