www.samajalive.in
Monday, December 8, 2025
27.1 C
Bhubaneswar

ଲଡୁଗାଁରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଶିଶୁ ମନ୍ଦିର ପଡା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଲଡୁଗାଁ ସରପଞ୍ଚ ତଥା ପଞ୍ଚାୟତ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଲଡୁଗାଁ ସ୍ଥିତି ଦିନକୁ ଦିନ ଦୟନୀୟ ହୋଇପଡିଥିବା ଅଭିଯୋଗ ହେଉଛି। ଶିଶୁ ମନ୍ଦିର ପାଖରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା। ବାରମ୍ଵାର ଅଭିଯୋଗ ହେଉଥିଲେ ହେଁ ଏଯାଏ ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି। ଅଳିଆ ଆବର୍ଜନାରୁ ବାହାରୁଥିବା ଦୁର୍ଗନ୍ଧରେ ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇପଡିଲେଣି। ଲଡୁଗାଁ ଶିଶୁ ମନ୍ଦିର ପାଖରେ ଦେଖିବାକୁ ମିଳିଛି ଏଭଳି ଚିତ୍ର, ଶିଶୁମନ୍ଦିର ସମ୍ମୁଖରେ ଆବର୍ଜନା ଗଦା ହେଉଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ବେଳେ ସବୁଦିନ ସେଠାରେ ବିଭିନ୍ନ ପ୍ରକାରର ଓଦା ଓ ଶୁଖିଲା ଆବର୍ଜନା ପଡ଼ୁଥିବାରୁ ଜାଗାଟି ସନ୍ତସନ୍ତିଆ ହୋଇ ରହୁଛି ଓ ଦୁର୍ଗନ୍ଧ ବାହାରୁଛି। ତା’ସହିତ ମଶା ଓ ମାଛି ପ୍ରାଦୁର୍ଭାବ ସ୍କୁଲ୍ ପିଲାଙ୍କୁ ରୋଗଗ୍ରସ୍ତ ଯେ କରୁନଥିବ ତାହା କହି ହେବ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories