www.samajalive.in
Monday, December 8, 2025
17.1 C
Bhubaneswar

କମ୍ପ୍ୟୁଟର ବିଜ୍ଞାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଛାତ୍ରୀ ନମ୍ରତା ବେହେରା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ଟପ୍ପର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ଖିରେଇଟାଙ୍ଗିରୀ ପଞ୍ଚାୟତର ଡଳଙ୍ଗ ଗାଁର ବିଜୟାନନ୍ଦ ବେହେରା ଓ ଗୀତାଞ୍ଜଳି ବେହେରାଙ୍କ ଝିଅ ନମ୍ରତା ବେହେରା ଏହି ସଫଳତା ପାଇଁ ନିଜର ମାତା ପିତା ଓ ପରିବାରବର୍ଗଙ୍କ ସମେତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମହାନ୍ତ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି। ଏହି ସଫଳତା ତାଙ୍କର ନିଜର ପରିଶ୍ରମ ସହ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ସହଯୋଗ ବିନା ସମ୍ଭବ ହୋଇ ପାରି ନଥାନ୍ତା ବୋଲି ସେ କହିଛନ୍ତି। ଭବିଷ୍ୟତରେ ସେ ଏହି ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିବା ସହ ଜଣେ ଭଲ ସଫ୍ଟୱେୟର ଇଂଜିନିୟର ହେବେ ବୋଲି ଆଶା ରଖିଛନ୍ତି। ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମହାନ୍ତ ଏହି ସଫଳତା ପାଇଁ ନମ୍ରତା ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାଦାନରେ ସାମିଲ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories