www.samajalive.in
Monday, December 8, 2025
27.1 C
Bhubaneswar

ପେଟିଏମକୁ କିଣିପାରନ୍ତି ଗୌତମ ଆଦାନୀ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ରୋକ ଲଗାଇବା ପରଠୁ ଏହାର ମୂଳ କମ୍ପାନୀ ଓ୍ବନ ୯୭ କମ୍ୟୁନିକେସନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି । ଏବେ ଖବର ଆସୁଛି କି ଓ୍ବନ ୯୭ କମ୍ୟୁନିକେସନରେ ଅଂଶଧନ କିଣିବା ପାଇଁ ଆଦାନୀ ଗ୍ରୁପର ଅଧ୍ୟକ୍ଷ  ଗୌତମ ଆଦାନୀ ଚେଷ୍ଟା କରୁଛନ୍ତି ।

ପେଟିଏମର ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା ମଙ୍ଗଳବାର ଅହମଦାବାଦରେ ଗୌତମ ଆଦାନୀଙ୍କ ଅଫିସରେ ଚୁକ୍ତିକୁ ଅନ୍ତିମ ରୂପ ଦେବା ପାଇଁ ସାକ୍ଷାତ କରିଥିଲେ । ଯଦି ଏହି ଡିଲ୍ ଫାଇନାଲ ହୋଇଯାଏ ତେବେ ଆଦାନୀ ଗ୍ରୁପ୍ ଫିନଟେକ୍ କ୍ଷେତ୍ରରେ ପାଦ ଥାପିବ । ଏହି କ୍ଷେତ୍ରରେ ଗୁଗଲ ପେ, ଫୋନପେ ଏବଂ ମୁକେଶ ଅମ୍ବାନୀଙ୍କ ଜିଓ ଫାଇନାନ୍ସିଆଲ ଭଳି କମ୍ପାନୀ ପୂର୍ବରୁ ମୁକାବିଲା କରୁଛନ୍ତି । ତେବେ ଅନ୍ୟପଟେ ଆଦାନୀ ଗ୍ରୁପର ମୁଖପାତ୍ର ଏହି ଡିଲ୍ ନେଇ ଖବରକୁ ଖାରଜ କରିଦେଇଛନ୍ତି ।

ବିଜେପି ଦେଶ ପାଇଁ ବିପଦ- ମଲ୍ଲିକାର୍ଜ୍ଜୁନ ଖଡଗେ

- Advertisement -

ସୂଚନା ଅନୁସାରେ ଗୌତମ ଆଦାନୀ ଓ ବିଜୟ ଶେଖର ଶର୍ମାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ଚାଲିଥିଲା ।  ମଙ୍ଗଳବାର ଅହମଦାବାଦରେ ଆଦାନୀ କର୍ପୋରେଟ୍ ହାଉସରେ ଉଭୟଙ୍କ ମଧ୍ୟରେ ଚୁକ୍ତି ଶେଷ କରିବା ପାଇଁ ଏହି ସାକ୍ଷାତ ହୋଇଥିବା ଶୁଣିବାକୁ ମିଳୁଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories