www.samajalive.in
Monday, December 8, 2025
27.1 C
Bhubaneswar

ଚାନ୍ଦବାଲିରେ ମନମୋହନ ସାମଲ ଓ ପୁରନ୍ଦର ମିଶ୍ରଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର:ଚାନ୍ଦବାଲିଠାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ଏଠାକାର ଦଳୀୟ ପ୍ରାର୍ଥୀ ମନମୋହନ ସାମଲ ଏବଂ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶା ନିର୍ବାଚନ ପାଇଁ ନିଯୁକ୍ତ ସହ-ପ୍ରଭାରୀ ଓ ରାୟପୁର ନଗର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ମିଳିତ ଭାବେ ଜୋରଦାର ପ୍ରଚାର କରିଥିବା ଜଣାଯାଇଛି। ଉଭୟ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ନିର୍ବାଚନୀ ଜନସଭାମାନଙ୍କୁ ସମ୍ବୋଧନ କରିବା ସାଙ୍ଗକୁ ବିଶାଳକାୟ ରୋଡ଼ଶୋ କରି ଦଳର ସପକ୍ଷରେ ଜନମତ ଜାଗ୍ରତ କରିବା ପାଇଁ ଜୋରଦାର ଉଦ୍ୟମ କରିଥିବା ଦେଖାଯାଇଥିଲା। ଦଳର ଚିହ୍ନ ପଦ୍ମ ଫୁଲ, ପୋଷ୍ଟର, ବ୍ୟାନର, ପତାକା ଏବଂ ଉତ୍ତରୀୟ ଆଦି ଧାରଣ କରି ସହସ୍ରାଧିକ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇ ସମଗ୍ର ପରିବେଶକୁ ଗୈରିକ ସ୍ୱରୂପ ପ୍ରଦାନ କରିବାର ଦୃଶ୍ୟ ବେଶ ମର୍ମସ୍ପର୍ଶୀ ଥିଲା।

ଏହି ଅବସରରେ ବିଭିନ୍ନ ପଥପ୍ରାନ୍ତ ସଭାରେ ଭାଷଣ ଦେଇ ପୁରନ୍ଦର ମିଶ୍ର ଓଡ଼ିଶାରେ ଏଥର ନିରଙ୍କୁଶ ସଂଖ୍ୟା ଗରିଷ୍ଠତାର ସହିତ ବିଜେପି ସରକାର ଗଢ଼ିବ ଏବଂ ଲୋକସଭାର ସମସ୍ତ ୨୧ଟି ଯାଙ୍କ ଆସନ ହାସଲ କରିବ ବୋଲି ଘୋଷଣା କରିଥିଲେ।

- Advertisement -

ପ୍ରାର୍ଥୀ ମନମୋହନ ସାମଲ ତାଙ୍କର ଉଦବୋଧନରେ ଦୀର୍ଘ ୨୫ବର୍ଷ ହେଲା ବିଜେଡିର ଶାସନ କାଳରେ ଚାନ୍ଦବାଲି ବ୍ୟାପକ ଅବହେଳାର ଶୀକାର ହୋଇଥିବା ଉଲ୍ଲେଖ କରିଥିଲେ।  ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଚାନ୍ଦବାଲି ବିକାଶର ଶୀଖରକୁ ଛୁଇଁବା ସ୍ୱତଃସିଦ୍ଧ ବୋଲି ଶ୍ରୀ ସାମଲ ଦମ୍ଭ ପ୍ରକାଶ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories