www.samajalive.in
Monday, December 8, 2025
27.1 C
Bhubaneswar

ଏବିଭିପିର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଘୋଷଣା

ନବରଙ୍ଗପୁର: ଦେଶର ସର୍ବବୃହତ ରାଷ୍ଟ୍ରବାଦୀ ଅଣରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନବରଙ୍ଗପୁର ନଗର ତରଫରୁ ଦାରୁବନ୍ଧସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହେ।ଇଯାଇଛି। ମୁଖ୍ୟ ଅତିଥି ରୂପେ ଏବିଭିପି ଓଡ଼ିଶାର ରାଜ୍ୟ ସହ-ସମ୍ପାଦକ ସୁବାଷ ନାୟକ ଯୋଗଦେଇ ଏବିଭିପିର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଦର୍ଶ ଏବଂ ଉପଲବ୍ଧି ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ଆଗରେ ଅଭିଭାଷଣ ରଖିଥିଲେ। ସମ୍ମାନୀତ ଅତିଥି ରୂପେ ରାଜ୍ୟ ଜନଜାତି ପ୍ରମୁଖ ମୋହନ ହରିଜନ ଛାତ୍ର ଛାତ୍ରୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ନବରଙ୍ଗପୁର ଜିଲାର ଜିଲା ସଂଯୋଜଜ ଦେବାଶିଷ ବିଷୋୟୀ ଅତିଥି ମାନଙ୍କ ପରିଚୟ କରିଥିଲେ । ଏହି ଅବସରରେ ନୂତନ ନଗର କାର୍ଯ୍ୟକ।ରିଣୀ କମିଟି ଘୋଷଣା କରାଯାଇଛି। ନୂତନ ନଗର ସଭାପତି ଭାବେ ସଚ୍ଚିଦାନନ୍ଦ ବିଷୋୟୀ, ନଗର ସମ୍ପାଦକ ବିଭୁ ସୁନ୍ଦର ଜେନା, ନଗର ଗଣମାଧ୍ୟମ ସଂଯୋଜଜ କରଣ ମଲ୍ଲିକ, ସିଡିଡି ସଂଯୋଜଜ କଳ୍ପନା ପ୍ରିୟଦର୍ଶିନୀ, ଆର୍ କେ ଏମ୍ ସଂଯୋଜଜ ଭାବେ ପ୍ରୀତି ନାୟକ, ଏସ୍ ଏଫ୍ ଡି ସଂଯୋଜଜ ସିମରନ୍, ଏସ୍. ଏଫ୍. ଏସ୍ ସଂଯୋଜଜ ଶିବ ପ୍ରସାଦଙ୍କ ନାମ ଘୋଷଣା କରାଯାଇଥିଲା। ନୂତନ ଭାବେ ଦାୟିତ୍ୱ ପାଇଥିବା କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ଜନଜାତି ସଂଯୋଜକ ମୋହନ ହରିଜନ ଶୁଭେଚ୍ଛା ଜଣାଇଥିଲେ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories