www.samajalive.in
Monday, December 8, 2025
20.1 C
Bhubaneswar

ନିର୍ଦ୍ଦୟ ଭାବରେ ହତ୍ୟା କର: କୁମାରସ୍ୱାମୀ

ବେଙ୍ଗାଲୁରୁ: ‘ନିର୍ଦ୍ଦୟ ଭାବରେ ହତ୍ୟା କର।’ ଏଭଳି ନିର୍ଦେଶ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ। ଫୋନ୍‍ରେ ଦିଆଯାଇଥିବା ଏହି ନିର୍ଦେଶନାମାର ଭିଡିଓ ଭାଇରାଲ୍‍ ହେବା ପରେ ଅଡ଼ୁଆରେ ପଡ଼ିଯାଇଛନ୍ତି କୁମାରସ୍ୱାମୀ। ଜେଡିଏସ୍‍ ନେତା ଏଚ୍‍ ପ୍ରକାଶଙ୍କ ହତ୍ୟା ପରେ କୌଣସି ଜଣେ ପୁଲିସ ଅଧିକାରୀଙ୍କୁ କୁମାରସ୍ୱାମୀ ଏଭଳି ନିର୍ଦେଶ ଦେଇଥିôବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଗତ ସୋମବାର ଅପରାହ୍ଣ ୪.୩୦ରେ ପ୍ରକାଶଙ୍କ ଗାଡ଼ିକୁ ଚାରିଜଣ ଦୁର୍ବୃତ୍ତ ଅଟକାଇଥିଲେ। ପ୍ରକାଶଙ୍କୁ ଗାଡ଼ିରୁ ଓହ୍ଲାଇ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା।
ଭାଇରାଲ୍‍ ହୋଇଥିବା ଭିଡିଓରେ କୁମାରସ୍ୱାମୀ ଫୋନ୍‍ରେ କହୁଛନ୍ତି ‘ସେ ଜଣେ ଭଲ ମଣିଷ ଥିଲେ। ମୁଁ ଜାଣନି ତାଙ୍କ କିଏ ହତ୍ୟା କରିଛି। ସନ୍ଦିଗ୍ଧଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କର। କିଛି ଅସୁବିଧା ହେବ ନାହିଁ।’
ଏହି ଭିଡିଓ ଭାଇରାଲ୍‍ ହେବା ପରେ କୁମାରସ୍ୱାମୀ ସବୁଆଡ଼ୁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏହାର ସ୍ପଷ୍ଟୀକରଣରେ କୁମାରସ୍ୱାମୀ କହିଛନ୍ତି ଯେ ‘ମୁଁ ସେତେବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲି। ଭାବପ୍ରବଣ ହୋଇ ସେଭଳି ନିର୍ଦେଶ ଦେଇଥିଲି। ହତ୍ୟା ଅଭିଯୋଗରେ ଜେଲ୍‍ରେ ଥିବା କିଛି ଦୁର୍ବୃତ୍ତ ଜାମିନରେ ଆସି ପୁଣି ଥରେ ହତ୍ୟାକାଣ୍ଡ ଭିଆଇଛନ୍ତି। ସେମାନେ ଜାମିନ୍‍ ସୁବିଧାର ଦୁରୁପଯୋଗ କରୁଛନ୍ତି।’

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories