www.samajalive.in
Monday, December 8, 2025
27.1 C
Bhubaneswar

ଭଙ୍ଗାକୁଡିଆରେ ବିତୁଛି ଜୀବନ, ଗରିବଙ୍କ ପାଇଁ ପକ୍କାଘର ସ୍ୱପ୍ନ

ହରଭଙ୍ଗା: ସରକାର ଗରିବ ଶ୍ରେଣୀର ଜନସାଧାରଣଙ୍କ ପାଇଁ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ୱେ ଅନେକ ଗରିବ ପରିବାର ପାଖରେ ସରକାରଙ୍କ ଜନହିତକର ଯୋଜନା ପଂହଚିପାରୁନଥିବା ଚିତ୍ର ବାରମ୍ବାର ସାମନାକୁ ଆସୁଛି।ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର ବଦଲା ସାହି ଗ୍ରାମରେ।ପକ୍କାଘର ଭଳି ଗ୍ରାମୀଣ ଆବାସ ଯୋଜନାରୁ ବଂଚିତ ହୋଇ ଦୁଇ ଗରିବ ଶ୍ରେଣୀର ମହିଳା ପାର୍ବତୀ ପ୍ରଧାନ ଏବଂ ବାଇଦେଇ ମୁଖୀ ଭଙ୍ଗା ଚାଳ ଛପର ଘରେ ଦୟନୀୟ ଜୀବନ କାଟୁଥିବା ଚିତ୍ର ସରକାରୀ ଯୋଜନା ଉପରେ ପ୍ରଶ୍ନଚିହ୍ନ ଛିଡା କରିଛି।

ପ୍ରକାଶ ଯେ ଆଡେଣିଗଡ ପଂଚାୟତ ଅର୍ନ୍ତଗତ ବଦଲସାହି ଗ୍ରାମର ବାଇଦେଇ ମୁଖୀ(୭୦) ଭଳି ଜଣେ ଅସହାୟ ମହିଳା ଆବାସ ଯୋଜନାରୁ ବଂଚିତ ହୋଇରହିଥିବା ଦେଖିବାକୁ ମିଳିଛି।ସେହିପରି ସମାନ ସାହିର ପାର୍ବତୀ ପ୍ରଧାନ ମଧ୍ୟ ପକ୍କାଘର ଯୋଜନାରୁ ବଂଚିତ ହୋଇ ଖଲିପତ୍ର ସିଲେଇ କରି ଜୀବନ ବିତାଉଥିବା ଚିତ୍ର ସାମନାକୁ ଆସିଛି।ତୁରନ୍ତ ଜିଲ୍ଲାପାଳ ଦୁଇ ଅସହାୟ ମହିଳାଙ୍କୁ ଆଗ୍ରାଧିକାର ମଧ୍ୟରେ ଆବାସ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories