www.samajalive.in
Tuesday, December 9, 2025
15.1 C
Bhubaneswar

ବୌଦ୍ଧରେ ଜିଲା ସ୍ଥରୀୟ ବୁଦ୍ଧ ଜୟନ୍ତୀ

ବୌଦ୍ଧ : ବୌଦ୍ଧ ମହାନଦୀ ଆରତୀ ଘାତରେ ଜିଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ଉତ୍ସବ ସହିତ ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଚିତ୍ତ ରଞ୍ଜନ ଦାଶ, ଯୁଗଳ କିଶୋର, ବିଷିକେଶନ ପ୍ରଧାନ, ଦେବାଶିଷ ପୁରୋହିତ, ତୃପ୍ତି ରଞ୍ଜନ ଦାନୀ, ମିନୁ ପ୍ରସାଦ ମିଶ୍ର,  ମୁଖ୍ୟ ବକ୍ତା ଭାବେ ପ୍ରବକ୍ତା ବ୍ରାହ୍ମଚାରୀ ଆଦିତ୍ୟ ଦାସ, ସଂସଦ ର ଆବାହକ ଅଭିନଵ ପଟ୍ଟନାୟକ ଓ ସମ୍ପାଦକ କୃତ୍ତିବାସ ପଲିଆ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ଜିଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ସମୋନୋୟ କମିଟି ଓ ସିଦ୍ଧାର୍ଥ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଆସନ୍ତା ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ବୌଦ୍ଧରେ ବୁଦ୍ଧ ମହୋତ୍ସବ ଆୟୋଜନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା।
ଦ୍ଵିତୀୟ ପ୍ରଯାୟରେ ବିଶ୍ୱ ଶାନ୍ତି ଧର୍ମ ମହା ଯଜ୍ଞ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।  ଆସନ୍ତା ୩୦ ତାରିଖରେ ଦମ୍ବରୁଗଡ଼ ମଠରେ ଶୁଭ ସ୍ତମ୍ଭ ସ୍ଥାପନ ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ଓ ଏଥିରେ ୩୦୦ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ରହି ୧୬ଗୋଟି ବିଭାଗ ନିମନ୍ତେ କମିଟି ଗଠନ କରି ଦାୟିତ୍ୱ ଅର୍ପଣ କରାଯିବ। ଯଜ୍ଞ ଶୁଭ ନିମନ୍ତେ ତିନି ଲକ୍ଷ ଟଙ୍କା ବଜେଟ ଥିବାର ସମ୍ପାଦକ କୃତ୍ତିବାସ ପଲିଆ ସୂଚନା ପ୍ରଦାନ କରିଥିଲେ। ଅତି କମରେ ତିନି ଶହ ସଭ୍ୟ ସଂଗ୍ରହ କରି ଜଣ ପିଛା ସର୍ବନିମ୍ନ ଏକ ହଜାର ଅର୍ଥ ରାଶି ପ୍ରଦାନ ପୂର୍ବକ ଆସନ୍ତା ବୈଠକରେ ସମସ୍ତେ ଉପସ୍ଥିତ ରହି ବିଭାଗ ଦାଇତ୍ୱ ତୁଲାଇବା ପାଇଁ ଯଜ୍ଞ ର ଉଦ୍ୟକ୍ତl ବ୍ରହ୍ମଚାରି ଆଦିତ୍ୟ ଦାସ ଅନୁରୋଧ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories