www.samajalive.in
Monday, December 8, 2025
27.1 C
Bhubaneswar

୪ ବିଧାୟକଙ୍କୁ ଜବାବ ତଲବ, ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଚଳିତ ମାସ ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନ ହେବ ସେଥିପାଇଁ ପକ୍ଷ ରଖିବାକୁ କୁହାଯାଇଛି।

ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ଏହି ନୋଟିସ ଜାରି ହୋଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ନୋଟିସ କରିଛନ୍ତି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ସୋର ବିଧାୟକ ପର୍ଶୁରାମ ଧଡ଼ା ବିଜେଡି ଛାଡ଼ିବା ପରେ ଭାରତୀୟ ଜନତା ପାର୍ଟି(ବିଜେପ) ଶିବିରରେ ସାମିଲ ହୋଇଛନ୍ତି। ଏହି ୪ଜଣ ବିଧାୟକ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଏନେଇ ଆବେଦନ କରିଥିଲେ। ଏହାପରେ ବାଚସ୍ପତିଙ୍କ ନିର୍ଦ୍ଦେଶରେ ୪ ଜଣ ବିଧାୟକଙ୍କୁ ନୋଟିସ୍ ଜାରି ହୋଇଛି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ ଭୁବନେଶ୍ୱର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକଙ୍କ ପଦ ରଦ୍ଦ କରାଯାଇଛି। ଅରବିନ୍ଦ ଢ଼ାଲି ଓ ପ୍ରେମାନନ୍ଦ ନାଏକ ମଧ୍ୟ ବିଜେଡି ଶିବିର ଛାଡ଼ି ବିଜେପିରେ ମିଶିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories