www.samajalive.in
Monday, December 8, 2025
27.1 C
Bhubaneswar

ଗାଁକୁ ନାହିଁ ରାସ୍ତା କି ପିଇବା ପାଣି ନାହିଁ : ଭୋଟଦେବେନି ଅସନବଣୀ ଗ୍ରାମବାସୀ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପା୍ଝର ଗ୍ରାମପଞ୍ଚାୟତର ଅଶନବଣୀର ନଂ ୪ ଓ୍ବାଡର ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ ବର୍ଜ୍ଜନ କରିଛନ୍ତି। ଏପରିକି ରାଜନୈତିକ ଦଳ ମାନଙ୍କ ପ୍ରଚାର ଉପରେ ଅଙ୍କୁଶ ଲଗାଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଅସନବଣୀ ଗ୍ରାମରେ ୨୩୦ ଭୋଟର ଅଛନ୍ତି। ଗାଁକୁ ଭଲ ରାସ୍ତାଟିଏ ନାହିଁ କି ପିଇବା ପାଣି ନାହିଁ। ଫଳରେ ସବୁଦିନେ ଲୋକ ହଇରାଣ ହେଉଛନ୍ତି। ବର୍ଷାଦିନେ ପିଲାମାନେ କାଦୁଅ ପାଇଁ ସ୍କୁଲ ଯାଉନାହାନ୍ତି। ଏଭଳି ଅବସ୍ଥା ସମ୍ପର୍କରେ ଲୋକେ ପୁର୍ବରୁ ଜିଲ୍ଲାପାଳ ସମେତ ବିଭିନ୍ନ ଅଧିକାରୀଙ୍କୁ ଜଣାଇଥିଲେ।

ଆଉ କାମ କରିବ ନାହିଁ ଗୁଗଲ ପେ : ୪ ଜୁନରୁ ଏଠାରେ ବନ୍ଦ ହୋଇଯିବ..


ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ବାରମ୍ବାର ଜଣାଇଥିଲେ। ଅଥଚ ତାଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅବହେଳା କାରଣରୁ ସେମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଜଣାଇଥିଲେ। ଖବର ପାଇ ଠାକୁରମୁଣ୍ଡା ବିଡ଼ିଓ ସ୍ୱପ୍ନେଶ୍ଵର ବେହେରା ଏବଂ ତହସିଲଦାର ସୁଶ୍ରୀ ସୁପ୍ରିୟା ଅସନବଣୀରେ ପହଞ୍ଚି ଲୋକଙ୍କ ସମସ୍ୟା ନିର୍ବାଚନ ପରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପୁର୍ବରୁ କେବେ ପ୍ରତିଶ୍ରୁତି ରହି ନଥିବାରୁ ନିର୍ବାଚନ ପୁର୍ବରୁ ରାସ୍ତା କାମ ହେଲେ ଭୋଟ ଦେବେ ବୋଲି ପ୍ରଶାସନ ଅଧିକାରୀଙ୍କୁ ଲୋକେ ରୋକ ଠୋକ୍ ଶୁଣାଇ ଦେଇଛନ୍ତି। ନିର୍ବାଚନ ପୁର୍ବରୁ ଏହା ସମ୍ଭବ ନଥିବାରୁ ପ୍ରଶାସନ ଅଧିକାରୀ ମାନେ ବୁଝାସୁଝାରେ ବିଫଳ ହୋଇ ଫେରି ଆସିଥିବା ଜଣାପଡିଛି। ଜନସାଧାରଣ ଏବେ ତାଙ୍କ ନିଷ୍ପତ୍ତିରେ ଅଟଳ ଅଛନ୍ତି ଏବଂ କୋୖଣସି ରାଜନୈତିକ ଦଳର ପ୍ରଚାର ଗାଡି ଗାଁକୁ ଯିବା ପାଇଁ ବାରଣ କରିଛନ୍ତି ଗ୍ରାମର ରାଇମାନି ବାସ୍କ, ନାଗି ହେମ୍ବ୍ରମ, ପନମଣୀ ଟୁଡୁ, ସୀତା ମାର୍ଣ୍ଡି ,ମଙ୍ଗଲ ବଦ୍ରା (ୱାର୍ଡ ମେମ୍ବର ) ଜୁରା ହୋ, ମଶା ହାସନ୍ଦା, ଦାଶରଥି ବାସ୍କ, ଲାଗୁରାମ ମାର୍ଣ୍ଡି, ରେଣ୍ଟା ମାର୍ଣ୍ଡି, ସୃଧାନ ହାଁସଦା, ଠାକୁର ହାଁସଦା ଓ ବେଗଇ ହାଁସଦା ସମସ୍ତ ଗ୍ରାମବାସୀ।

- Advertisement -

 

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories