www.samajalive.in
Monday, December 8, 2025
27.1 C
Bhubaneswar

ତୃତୀୟ ପର୍ଯ୍ୟାୟ: ସବୁଠୁ ଧନୀ ପ୍ରାର୍ଥୀ ସନାତନ, ଜାଣନ୍ତୁ ସବୁଠୁ ଗରିବ କିଏ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୫ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୩୮୩ଜଣ ବିଧାୟକ ପ୍ରାର୍ଥୀ ରହିଛନ୍ତି। ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ୩୮୧ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି। ତୃତୀୟ ପର୍ଯ୍ୟାୟୋର ୧୨୬ଜଣ ଅର୍ଥାତ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ସବୁଠୁ ଆଗରେ ରହିଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ। ତାଙ୍କ ସମ୍ପତ୍ତି ୨୨୭କୋଟି ୬୭ଲକ୍ଷ ଟଙ୍କା। ସେହିପରି ଦ୍ୱିତୀୟରେ ରହିଛନ୍ତି ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ସମ୍ପତ୍ତି ୧୨୨କୋଟି ୮୬ଲକ୍ଷ। ତୃତୀୟ ସ୍ଥାନରେ ରହିଛନ୍ତି ନୟାଗଡ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ପ୍ରତ୍ୟୁଷାଙ୍କ ସମ୍ପତ୍ତି ହେଉଛି ୧୨୦କୋଟି ୫୬ଲକ୍ଷ ଟଙ୍କା।
୩୮୧ଙ୍କ ମଧ୍ୟରେ ୧୦୦ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ଅର୍ଥାତ ୨୬ ପ୍ରତିଶତଙ୍କ ନାମରେ ରହିଛି ଅପରାଧିକ ମାମଲା। ୮୬ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଥିବା ଜଣାପଡିଛି। ୨୬ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୨୮ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି। କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ପ୍ରାର୍ଥୀ। ତାଙ୍କ ପାଖରେ ମାତ୍ର ୧ହଜାର ଟଙ୍କାର ସମ୍ପତ୍ତି ଥିବା ଦର୍ଶାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories