www.samajalive.in
Monday, December 8, 2025
17.1 C
Bhubaneswar

ଆମ୍ବ ଗଛରୁ ଖସି ଯୁବକ ମୃତ

ଫୁଲବାଣୀ :  ଆମ୍ବ ତୋଳିବା ପାଇଁ ଗଛକୁ ଚଢିବା ହେଲା କାଳ । ଆମ୍ବ ତୋଳୁଥିବାବେଳେ ଗଛରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାଟି ସାରା ଫିରିଙ୍ଗିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ବବଡଙ୍ଗିଆ ଗ୍ରାମରେ। ମୃତକ ଜଣକ ହେଲେ ମିଥୁନ ପ୍ରଧାନ । ସେ ବିବାହିତ ଓ ତାଙ୍କର ଦୁଇବର୍ଷର ଏକ ପୁତ୍ର ସନ୍ତାନ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ  ବୁଧବାର ଅପରାହ୍ନ ତିନିଟା ସମୟରେ ମିଥୁନ ଓ ତାଙ୍କ ସ୍ତ୍ରୀ ନିଜ ଗାଁ ପାଖରେ ଥିବା ଆମ୍ବତୋଟାକୁ ଆମ୍ବ ତୋଳିବା ପାଇଁ ଯାଇଥିଲେ । ଗଛ ତଳେ  ସ୍ତ୍ରୀ ଆମ୍ବ ଗୋଟାଇବା ପାଇଁ ରହିଥିବାବେଳେ ମିଥୁନ ଗଛରେ ଚଢ଼ିଥିଲେ ।  ତେବେ  ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସି ଯିବାରୁ ସେ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ  ସାନ ଭାଇ ଏତଲା ଦେବା ପରେ ଏଏସଆଇ ମିନି ମହାକୁଡ଼ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ  ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories