www.samajalive.in
Monday, December 8, 2025
17.1 C
Bhubaneswar

ମହାବୀର  ହନୁମାନ ଦେବଙ୍କ ନବମ ବାର୍ଷିକ ଉତ୍ସବ

କଳାପଥର(ବାଙ୍କୀ):  କଳାପଥର -ବୈଦେଶ୍ଵର ପୂର୍ତ୍ତ ବିଭାଗ ରାସ୍ତା ଧଳାପଥର  ଗୋଲେଇଛକ ଠାରେ ଥିବା ମହାବୀର  ହନୁମାନ ଦେବଙ୍କ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ବୈଦିକ ରୀତିନୀତି ଅନୁସାରେ କଳସ ଶୋଭାଯାତ୍ରା ସ୍ଥାପନ ସହ ଅଙ୍କୁରାରୋପଣ ଓ ସୂର୍ଯ୍ୟ ପୂଜା ଅଧିବାସ ପୂର୍ବକ ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପୂଜକ ପ୍ରମୋଦ ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ବିଭିନ୍ନ ଅଂଚଳ ରୁ ବ୍ରାହ୍ମଣ ଓ ସାଧୁ ସନ୍ଥମାନେ ଯଜ୍ଞ ପରିଚାଳନା କରିଥିଲେ। ମହାବୀର କମିଟି ତରଫରୁ ବରିଷ୍ଠ କାର୍ଯ୍ୟ କର୍ତ୍ତା ରମେଶ କୁମାର ସାହୁ, ସୁଦର୍ଶନ ସାହୁ, ମଦନ ମୋହନ ସାହୁ ଇନ୍ଦ୍ରମଣି ସାହୁ, ଗୋବର୍ଧନ ସାହୁ ସମ୍ବର୍ଦ୍ଧିତ କରାଯାଇଥିଲା।

୩ଦିନ ଧରି ଚାଲିଥିବା ଯଜ୍ଞ ର ପୂର୍ଣ୍ଣାହୁତି ସନ୍ଧ୍ୟାରେ ବାଙ୍କୀ ବିଜେପି ପାର୍ଥୀ ତୁଷାର କାନ୍ତ ଚକ୍ରବର୍ତ୍ତୀ, ବେଗୁନିଆ – ବୋଲଗଡ଼  ବିଜେଡ଼ି ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ, ଧଳାପଥର  ସରପଞ୍ଚ ନାରାୟଣ ସାହୁ,ପୂର୍ବତନ ସରପଞ୍ଚ ସୁରଜ ପ୍ରସାଦ ସୁବୁଦ୍ଧି, ସମାଜସେବୀ ସନ୍ତୋଷ ତ୍ରିପାଠୀ, ରଂଜିତ ପଟ୍ଟନାୟକ ପ୍ରମୁଖ  ଯୋଗ ଦେଇଥିଲେ ।

- Advertisement -

ପ୍ରକାଶ କୁମାର ସାହୁ ଗୋବର୍ଦ୍ଧନ ସାହୂ ତାରିଣୀ ଚିନାରା, ସନ୍ତୋଷ କୁମାର ସାହୁ କୃଷ୍ଣ ଚନ୍ଦ୍ର ଗୁରୁ, ବିଶ୍ଵନାଥ ଗୁରୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରତେହ ସନ୍ଧ୍ୟା ରେ ସଂକର୍ତ୍ତନ, ହନୁମାନ ଚାଳିଶା ଓ ଭଜନ ସମାରୋହ ସହ ପଂକ୍ତି ଭୋଜନ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories