www.samajalive.in
Tuesday, December 9, 2025
17.1 C
Bhubaneswar

ଭୁବନେଶ୍ବର ରିଂ-ରୋଡ କାମ ଅକ୍ଟୋବରରୁ ଆରମ୍ଭ ହେବ-ଗଡ଼କରୀ

ଭୁବନେଶ୍ବର: ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତରେ ଆସି କୃଷ୍ଣପ୍ରସାଦ ସମାବେଶରେ ଯୋଗଦେଇଛନ୍ତି। ଏହି ଅବସରରେ ​‌କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ ଆଜି ଜଗନ୍ନାଥ ଦର୍ଶନବେଳେ ଦେଶକୁ ସୁଖୀ ଓ ସମୃଦ୍ଧି କାମନା କଲି। ରାଞ୍ଚିରୁ ସମ୍ବଲପୁର ୪ ଲେନ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ହେବ। ଭୁବନେଶ୍ବର ରିଂ-ରୋଡ ଅକ୍ଟୋବରରୁ କାମ ଆରମ୍ଭ ହେବ। ସମ୍ବଲପୁରରେ ୩୫କିମି ୪ ଲେନ ବିଶିଷ୍ଟ ରିଂ-ରୋଡ୍ ହେବ। ଚିଲିକାରେ ସେତୁ ନିର୍ମାଣ ପାଇଁ ଘୋଷଣା କଲେ ଗଡ଼କରୀ। ଡିପିଆର ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ବିଜୟ ସେତୁ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଓଡ଼ିଶାର ବିସ୍ତୃତ ସମୁଦ୍ରକୂଳ ରାଜ୍ୟ ପାଇଁ ବଡ଼ ତାକତ। ଆମେ ମତ୍ସଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ଏ ଯୋଜନା ଓଡ଼ିଶାରେ ଲାଗୁ ହେଲେ ମତ୍ସଜୀବୀଙ୍କୁ ଫାଇଦା ମିଳିବ। ଆମ ସରକାର ଆସିବା ପରେ ୨୫କୋଟି ଲୋକଙ୍କୁ ଗରିବୀମୁକ୍ତ କରାଯାଇଛି। ଦେଶରେ କେବଳ ସ୍ମାର୍ଟ ସିଟି ନୁହେଁ, ସ୍ମାର୍ଟ ଗ୍ରାମ ପାଇଁ ଉଦ୍ୟମ କରିଛୁ। ଆମେ ଚେଷ୍ଟିତ କୃଷକ କେବଳ ଅନ୍ନଦେବନି, ଶକ୍ତି ବି ଦେବ। ନଡ଼ାରୁ ବାୟୋସିଏନଜି ଉତ୍ପାଦନ ଆରମ୍ଭ ହୋଇଯାଇଛି। ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ। ଆଗାମୀ ଦିନରେ ସବୁପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ। ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ବିଜେପିର ସିଦ୍ଧାନ୍ତ ଯାହା କହିବ, ତାକୁ କରି ଦେଖାଇବୁ। ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ ରାମେଶ୍ବର ୪ଲେନ ରାସ୍ତା ହେବ। ରାୟପୁରରୁ ବିଶାଖାପାଟଣା ୬ଲେନ ରାସ୍ତା ନିର୍ମାଣ ହେବ। ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ମାସ ସୁଦ୍ଧା କାମ ସରିବ ବୋଲି ଶ୍ରୀ ଗଡ଼କରୀ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories