www.samajalive.in
Monday, December 8, 2025
27.1 C
Bhubaneswar

ରଥ ନିର୍ମାଣ ପାଇଁ ରେଢ଼ାଖୋଲରୁ କାଠ ଗଲା ଶ୍ରୀକ୍ଷେତ୍ର

ରେଢ଼ାଖୋଲ : ଆଜି ରେଢ଼ାଖୋଲ ବନଖଣ୍ଡ ବିଭିନ୍ନ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ପୁରୀ ରଥ ନିର୍ମାଣ ପାଇଁ ଟ୍ରଲର ଓ ଟ୍ରକରେ ୧୮୭ ଖଣ୍ଡ ଧଉରା ଓ ଅସନ କାଠ ପୁରୀ ଶ୍ରୀକ୍ଷେତ୍ରକୁ ପଠାଯାଇଛି । ପୁରୀ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ କାଠର ଆବଶ୍ୟକତା ପଡିବାରୁ ବନ ବିଭାଗ ପକ୍ଷରୁ ରେଢ଼ାଖୋଲ ବନଖଣ୍ଡର ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲର ଗିରିଶ୍ଚନ୍ଦ୍ରପୁର ଓ ଖୋଲଗଡ ସଂରକ୍ଷିତ ଜଙ୍ଗଲର ସଡୋ ଓ ବୁର୍ଡା ରାସ୍ତାର ଅଗାଧୁ ଠାକୁର ଅଞ୍ଚଳ ଜଙ୍ଗଲରୁ ଗତ କିଛିଦିନ ପୁର୍ବରୁ କାଠ କଟାଯାଇଥିଲା ।

ଆଜି କଟା ଯାଇଥିବା ଧଉରା ଓ ଅସନ ୪୦ ଫୁଟ ଲମ୍ବ ବିଶିଷ୍ଟ ୧୮୭ ଖଣ୍ଡ କାଠଗୁଡିକୁ ଟ୍ରଲର ଓ ଟ୍ରକରେ ବୋଝେଇ ସୁସଜ୍ଜିତ କରି ସଂରକ୍ଷିତ ଜଂଗଲ ଗୁଡିକରୁ ରେଢ଼ାଖୋଲ ଜଗନ୍ନାଥ ମନ୍ଦିରକୁ ଅଣାଯାଇଥିଲା ।ଏଥିରେ ଥିଲା ୪୦ ଫୁଟ ଲମ୍ବର ୧୭୯ ଖଣ୍ଡ ଧଉରା କାଠ ଓ ୮ ଖଣ୍ଡ ଅସନ କାଠ ଗଣ୍ଡି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ କାଠ ବୋଝେଇ ଗାଡି ପହଞ୍ଚିବା ପରେ ମନ୍ଦିରର ପୁଜକ ରଞ୍ଜନାଭ ପାଣୀଗ୍ରାହୀ ରଥ କାଠକୁ ପୁଜାର୍ଚ୍ଚନା କରିଥିଲେ । ରଥ କାଠକୁ ଦେଖିବା ପାଇଁ ସହରର ବହୁ ଶ୍ରଦ୍ଧାଳୁ, ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିରରେ ପୁଜାର୍ଚ୍ଚନା ପରେ ଟ୍ରଲର ଓ ଗୁଡିକ ସହରର ରଥସାହି ଦେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲା । ରଥକାଠ ବୋଝେଇ ଟ୍ରଲରକୁ ସହରର ବିଭିନ୍ନ ସାହିରେ ଘର ସମ୍ମୁଖରେ ପୁଜାର୍ଚ୍ଚନା କରାଯାଇଥିଲା ।

ଭବାନୀପାଟଣା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

- Advertisement -

ରଥ କାଠ ଅଣାଯିବା ସମୟରେ ଆରସିସିଏଫଟି  ଅଶୋକ କୁମାର, ଡିଏଫଓ ଅରବିନ୍ଦ ମହାନ୍ତି, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ, ବିଭିନ୍ନ ରେଞ୍ଜର ରେଞ୍ଜ ଅଧିକାରୀ ଓ ବନକର୍ମଚାରୀଙ୍କ ସମେତ ସହରର ବହୁ ମାନଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories