www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଥମ ଦିନରେ ଅସଫଳ ‘ଜିରୋ’

ମୁମ୍ବଇ : ଶୁକ୍ରବାର ମୁକ୍ତିଲାଭ କରିଥିବା ଶାହାରୁଖ ଖାନ, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ର ପ୍ରଥମ ଦିନର ଆୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଏହା ପ୍ରଥମ ଦିନରେ ଆଶା ଅନୁଯାୟୀ ଆୟ କରିପାରିନାହିଁ। ହେଲେ ଏହି ଚଳଚ୍ଚିତ୍ର ଶାହାରୁଖଙ୍କ ପୂର୍ବ ଦୁଇଟି ଚଳଚ୍ଚିତ୍ରର ପ୍ରଥମ ଦିନ ଆୟର ରେକର୍ଡ଼ ଭାଙ୍ଗିବାରେ ସଫଳ ହୋଇଛି। ଶୁକ୍ରବାର ଅର୍ଥାତ୍‍ ପ୍ରଥମ ଦିନରେ ‘ଜିରୋ’ ୨୦.୧୪କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ଏହା ପୂର୍ବରୁ ଶାହାରୁଖଙ୍କ ଚଳଚ୍ଚିତ୍ର ‘ରଇଜ୍‍’ ଓ ‘ଜବ ହ୍ୟାରୀ ମେଟ୍‍ ସେଜଲ୍‍’ ପ୍ରଥମ ଦିନରେ ‘ଜିରୋ’ଠାରୁ କମ୍‍ ଆୟ କରିଥିଲା।
‘ଜିରୋ’ ପାଇଁ ଏକ ଦୁଃସମ୍ବାଦ ହେଉଛି, ଏହା ଚଳିତ ବର୍ଷର ଏକ ବଡ଼ ବଜେଟ୍‍ ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ ପ୍ରଥମ ଦିନର ଆୟକୁ ଦେଖିଲେ ଅନ୍ୟ ବଡ଼ ବଜେଟ୍‍ ଚଳଚ୍ଚିତ୍ରମାନଙ୍କ ଠାରୁ ପଛରେ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories