www.samajalive.in
Monday, December 8, 2025
27.1 C
Bhubaneswar

ରଜକ ସେବା ସଂଘ ପକ୍ଷରୁ ଜିଲାସ୍ତରୀୟ ସମ୍ମିଳନୀ

ସମ୍ବଲପୁର: ଓଡ଼ିଶା ସାଂସ୍କୃତିକ ସମାଜ ଭବନଠାରେ ରଜକ ସେବା ସଂଘ ସମ୍ବଲପୁର ପକ୍ଷରୁ ଏକ ଜିଲାସ୍ତରୀୟ ସମ୍ମିଳନୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପଡୋଶୀ ଦେବଗଡ଼ ଜିଲାରୁ ମଧ୍ୟ ରଜକ ସମାଜର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଅଲ୍ ଓଡ଼ିଶା ରଜକ ମହାସଂଘ ଭୁବନେଶ୍ଵର ସଭାପତି, ସମ୍ପାଦକ ଙ୍କ ସମେତ ବହୁ ବରିଷ୍ଠ କାର୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏଥିରେ ରଜକ ସେବା ସଂଘ ସମ୍ବଲପୁର ଜିଲା ସଭାପତି ରମେଶ ଚନ୍ଦ୍ର ସେଟ୍, ସମ୍ପାଦକ ରାଜେଶ ସେଟ୍, ସମ୍ବଲପୁର ଟାଉନ୍ କମିଟିର ସଭାପତି ପ୍ରଶାନ୍ତ ସେଟ୍, ଯୁଗ୍ମ ସମ୍ପାଦକ ଦିନେଶ ସେଟ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସମ୍ମିଳନୀରେ ରଜକ ସମାଜକୁ କିପରି ଜିଲାରେ ସଂଗଠିତ କରାଯିବାକୁ ଗୁରୁତ୍ୱାରୋପ କରାଯାଇଛି । ଏଥି ସହ ସମାଜରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚିତ ଶିକ୍ଷା ଯେଭଳି ଛାତ୍ରଛାତ୍ରୀଙ୍କୁ ଦିଆଯିବ, ସେ ନେଇ ଆଲୋଚନା ହେବା ସହ ସମ୍ବଲପୁରରେ ସମାଜ ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଥିଲା।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories