www.samajalive.in
Thursday, December 11, 2025
23.1 C
Bhubaneswar

ପିପିଲିରେ ଶକ୍ତି ପ୍ରଦର୍ଶନ କଲା ବିଜେଡି, ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କଲେ ରୁଦ୍ରପ୍ରତାପ

ପିପିଲି:ପିପିଲି ବିଧାନସଭା ଆସନ ପାଇଁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଭାବେ ଶୁକ୍ରବାର ପୁରୀରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହରିରାଜପୁର ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରରେ ସକାଳେ ପୂଜାର୍ଚ୍ଛନା କରିବା ପରେ ଶ୍ରୀମହାରଥୀ ପିପିଲି ସ୍ଥିତ ଶ୍ରୀ ବାଟମହାବୀରଙ୍କ ମନ୍ଦିରରେ ନିଜ ପରିବାରବର୍ଗଙ୍କ ସହ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଛନା କରିଥିଲେ। ନିକଟସ୍ଥ ଶିଶୁ ଉଦ୍ୟାନ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଓ ଦଳୀୟ କାର୍ଯ୍ୟାଳୟ ସ୍ଥିତ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପ୍ରତିମୂର୍ତ୍ତୀରେ ସେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ସେ ପୂର୍ବାହ୍ନ ୧୦ଟାରେ ନିଜ ଦଳର ନେତା ଏବଂ ୮ହଜାରରୁ ଉର୍ଦ୍ଧ କର୍ମୀ ଓ ସମର୍ଥକଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ବାହାରିଥିଲେ।

ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ କର୍ମୀମାନେ ତାଙ୍କୁ ନେଇଥିବା ବେଳେ ଏକ ଖୋଲା ଜିପ୍‌‌ରେ ଶ୍ରୀମହାରଥୀଙ୍କ ସହ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ମାଆ ଡ଼ଃ ପ୍ରତିଭା ମହାରଥୀ, ପତ୍ନୀ ଜାଗୃତି ପଣ୍ଡା ମହାରଥୀ, ଭଉଣୀ ଡାକ୍ତର ପଲ୍ଲବୀ ମହାରଥୀ ଓ ଭିଣୋଇ ତଥା ଓଡିଆ ସିନେ ତାରକା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପିପିଲି ଚାନ୍ଦୁଆବଜାର, ହାଟଛକ, ଖଣ୍ଡିଆଗିରି ଛକ, ତେଇସିମାଇଲ ଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର ଆଦି ସ୍ଥାନମାନଙ୍କରେ ଅପେକ୍ଷା କରିଥିବା ଶହ ଶହ ସଂଖ୍ୟାରେ ମହିଳା, ପୁରୁଷ ସମର୍ଥକ ଓ ଶୁଭେଚ୍ଛୁମାନେ ଶ୍ରୀମହାରଥୀଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହ ବିଜୟ କାମନା କରିଥିଲେ। ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୌରାଧ୍ୟକ୍ଷ ସେକ୍‌‌ ବାବୁ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ କୁମାର ମଲ୍ଲିକ, ପ୍ରସନ୍ନ କୁମାର ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଲିଙ୍କନ ପଟ୍ଟନାୟକ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ପ୍ରମୁଖ ଶ୍ରୀମହାରଥୀଙ୍କ ସହ ଶୋଭାଯାତ୍ରାରେ ସାମିଲ ଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories