www.samajalive.in
Monday, December 8, 2025
17.1 C
Bhubaneswar

୧୨୭ ବର୍ଷ ପୁରୁଣା ଭାରତର ଏହି କମ୍ପାନୀ ହେଲା ଦୁଇଫାଳ

ଭୁବନେଶ୍ୱର ସମାଜଲାଇଭ୍‌ – ଭାରତର ୧୨୭ ପୁରୁଣା ଏକ ଲୋକପ୍ରିୟ କମ୍ପାନୀ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଦରେଜ କମ୍ପାନୀ ଦୁଇଭାଗ ହେବା ପାଇଁ ଆଇନଗତ ପ୍ରକ୍ରିୟାରେ ମୋହର ବାଜିଛି । ଏହି କମ୍ପାନୀ ଭାଗ ଭାଗ ହେବା ପାଇଁ ଏକ ବୁଝାମଣା ସ୍ୱାକ୍ଷର ହୋଇଛି । ଆଦି ଗୋଦରେଜ ଏବଂ ତାଙ୍କ ଭାଇ ନାଦିରଙ୍କୁ ଗୋଦରେଜ୍‌ ଇଣ୍ଡଷ୍ଟ୍ରୀର ଅଧିକାରୀ ହେବେ । ଏହାର ୫ଟି କମ୍ପାନୀ ବମ୍ବେ ଷ୍ଟକ ଏକ୍ସଚେଜଂରେ ସୂଚୀବଦ୍ଧ ଅଛନ୍ତି ।

ଆଦି ଗୋଦରେଜଙ୍କ କକା ପୁଅ-ଝିଅ ବା ଦାଦାଙ୍କ ପୁଅ-ଝିଅ ଜମସେଦ୍‌ ଏବଂ ସ୍ମିତାଙ୍କୁ ସୂଚୀବଦ୍ଧ ହୋଇ ନଥିବା କମ୍ପାନୀ ଗୋଦରେଜ୍‌ ଆଣ୍ଡ ବୟସ୍‌ ମିଳିଛି । ଏହା ସହ ମୁମ୍ବାଇରେ ଥିବା ଏକ ବଡ ଭୁଖଣ୍ଡ ସହ ଅନେକ ସମ୍ପତ୍ତି ମିଳିଛି । ଗୋଦରେଜ ସାବୁନଠାରୁ ଟିଭି ଫ୍ରିଜ୍‌, ଏସି ଏବଂ ରିୟଲ ଇଷ୍ଟେଟ୍‌ ବ୍ୟବସାୟ କରୁଛି ।

- Advertisement -

ଏହି ଦୁଇ ପକ୍ଷ ଗୋଦରେଜର ଲୋକପ୍ରିୟତା ଅନୁସାରେ ବିଶ୍ୱାସର ସହ କାମ କରି କମ୍ପାନୀକୁ ଆହୁରି ଆଗକୁ ନେବେ ବୋଲି କମ୍ପାନୀ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories