www.samajalive.in
Monday, December 8, 2025
20.1 C
Bhubaneswar

ଚାଉଳ ହଡପ ମାମଲାରେ ନିଲମ୍ବିତ ହେଲେ ରିଟେଲର

ବାଲିଆପାଳ: ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତରେ ବର୍ଷ ବର୍ଷ ଧରି ୪୦ରୁ ଉର୍ଦ୍ଧ୍ୱ ଗରିବ ନିରୀହ ଆଦିବାସୀଙ୍କ ଖାତାରୁ ଜାଠିଆ ଗ୍ରାମର ରିଟେଲର ଚୈତନ୍ୟ ମାଝୀ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଲୁଟ ଘଟଣାରେ ବାଲେଶ୍ୱର ଉପଜିଲ୍ଲାପାଳ ସଂପୃକ୍ତ ରିଟେଲରଙ୍କୁ ନିଲମ୍ବିତ କରିଛନ୍ତି।

ଉପଜିଲାପାଳଙ୍କ ଚିଠି ନମ୍ବର ୫୭ ତା ୨୨.୪.୨୪ ରିଖ ଅନୁଯାୟୀ ରିଟେଲର ଚୈତନ୍ୟ ମାଝୀଙ୍କୁ ନିଲମ୍ବନ କରାଯିବା ସହ ପାଖ ରିଟେଲର ବିଜୟ ବେହେରାଙ୍କୁ ଟ୍ୟାଗରେ ରେସନ ସାମଗ୍ରୀ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରିଟେଲରଙ୍କୁ ୩ଦିନ ମଧ୍ୟରେ ଏହାର କାରଣ ଦର୍ଶାଓ ନୋଟିସ ଜାରି କରାଯାଇଥିବା ବେଳେ ହଡପ ଚାଉଳ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି।

- Advertisement -

ରିଟେଲରଙ୍କ ବିରୋଧରେ ବିଭାଗ ପକ୍ଷରୁ ଆଇନଗତ ମାମଲା ରୁଜ୍ଜୁ କରାଯିବ ବୋଲି ବାଲିଆପାଳ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ କହିଛନ୍ତି। ତେବେ ହିତାଧିକାରୀମାନେ ହଡପ ଚାଉଳ ଯଥାଶୀଘ୍ର ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories