www.samajalive.in
Monday, December 8, 2025
20.1 C
Bhubaneswar

ସାଇ ଆରାଧନା ଦିବସରେ ମହମବତି ଶୋଭାଯାତ୍ରା

ଭୁବନେଶ୍ବର: ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ସାଇଜନନୀଠାରେ ସତ୍ୟସାଇ ବାବାଙ୍କ ପବିତ୍ର ମହାସମାଧି ଦିବସ ତଥା ଆରାଧନା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ବର ସାଇ ଜିଲା ଅନ୍ତର୍ଗତ ୬ଟି ସାଇ ସମିତିର ସାଇ ଆଶ୍ରିତ ଭାଇଭଉଣୀମାନଙ୍କ ଦ୍ବାରା ପ୍ରାତଃ ଓଁକାର, ନଗର ସଂକୀର୍ତ୍ତନ, ଧ୍ୟାନ, ‌ଷୋଡ଼ଶ ଉପଚାର ପୂଜା, ବେଦପାଠ ଆଦି କରାଯାଇଥିଲା। ଏହାସହିତ ସମିତି ଦ୍ବାରା ପୋଷ୍ୟଗ୍ରାମଗୁଡ଼ିକରେ ଭଜନ, ନାରାୟଣ ସେବା ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଅବସରରେ ଭୁବନେଶ୍ବର ସାଇ ଜିଲା ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ହାଇଟେକ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସେହିପରି ସନ୍ଧ୍ୟା ଅଧିବେଶନରେ ସାମୂହିକ ଦୀପଦାନ ସହିତ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଓ ବାଳବିକାସ ଛାତ୍ର ଛାତ୍ରୀଙ୍କ ଦ୍ଵାରା ମହମବତି ଶୋଭାଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories