ଭୁବନେଶ୍ବର: ଉନ୍ନତ ହେଉଛି ବିଦ୍ୟୁତ ଭିତ୍ତିଭୂମି ଲୋକେ ପାଇବେ ଉତ୍ତମ ବିଦ୍ୟୁତ ସେବା। ଟିପିସିଓଡିଏଲ୍ ବିଦ୍ୟୁତ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ଉତ୍ତମ ବିଦ୍ୟୁତ ସେବା ଯୋଗାଣକୁ ପ୍ରାଥମିକତା ଦେଉଛି। ବିଦ୍ୟୁତ ବିତରଣରେ ଉନ୍ନତି ଓ ସ୍ଥିରତା ନିଶ୍ଚିତ କରିବା ପାଇଁ ସୈନିକ ସ୍କୁଲ୍ ବିଦ୍ୟୁତ ସବଷ୍ଟେସନର କ୍ଷମତା ବୃଦ୍ଧି କରାଯାଇଛି। ଏହାର ପାୱାର୍ ଟ୍ରାନ୍ସଫର୍ମରକୁ ୮ ଏମଭିଏ ରୁ ୧୬ ଏମଭିଏକୁ ଉନ୍ନତି କରାଯାଇଛି।
ସେହିପରି ଉପଭୋକ୍ତାଙ୍କୁ ଉତ୍ତମ ବିଦ୍ୟୁତ ସେବା ଯୋଗାଇବା ପାଇଁ ଇନ୍ଫୋସିଟି ଅଞ୍ଚଳରେ ୮ ଏମଭିଏ ପିଟିଆରକୁ ୧୨.୫/୧୬ ଏମଭିଏରେ ଉନ୍ନତିକରଣ କରାଯାଇଛି। ଏହି ଦୁଇଟି ଏମଭିଏ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଫଳରେ ପାଖାପାଖି ୧୫ ହଜାର ଲୋକ ଉପକୃତ ହେବେ।



