www.samajalive.in
Monday, December 8, 2025
20.1 C
Bhubaneswar

ହର୍ଷବର୍ଦ୍ଧନ ଆମେରିକା ପାଇଁ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ : ବରିଷ୍ଟ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରାଯାଇଛି। ୧୯୮୪ ବ୍ୟାଚ୍‌ ବୈଦେଶିକ ସେବା ଅଧିକାରୀ (ଆଇଏଫଏସ୍‌) ଶ୍ରୀଙ୍ଗଲା ସମ୍ପ୍ରତି ବାଂଲାଦେଶରେ ଉଚ୍ଚାୟୁକ୍ତ ଅଛନ୍ତି। ସେ ୱାଶିଂଟନ୍‌ରେ ନବତେଜ ଶରଣଙ୍କ ସ୍ଥାନ ନେବେ। ଚଳିତ ବର୍ଷ ଶେଷକୁ ଶରଣ ଅବସର ନେଉଥିବାରୁ ଖୁବ୍‌ ଶୀଘ୍ର ସେ ନୂଆ ଦାୟିତ୍ବ ଗ୍ରହଣ କରିବେ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇସିସିଆର) ମହାନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ରିବା ଗାଙ୍ଗୁଲି ଦାସଙ୍କୁ ବାଂଲାଦେଶ ଉଚ୍ଚାୟୁକ୍ତ ନିଯୁକ୍ତ କରାଯାଇଛି।
ଅଣଷଠି ବର୍ଷୀୟ ଶୀଙ୍ଗଲା ୩୪ବର୍ଷର କୂଟନୈତିକ ପେସା ଜୀବନରେ ବହୁ ଗୁରୁତ୍ବପର୍ଣ୍ଣ ପଦପଦବୀ ମଣ୍ଡନ କରିଛନ୍ତି। ବାଂଲାଦେଶ ପୂର୍ବରୁ ସେ ଥାଇଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଥିଲେ। ଏହାଛଡ଼ା ଫ୍ରାନ୍ସଠାରେ ୟୁନେସ୍କୋ, ନ୍ୟୁୟର୍କଠାରେ ଜାତିସଂଘରେ କାର୍ଯ୍ୟ କରିଛନ୍ତି। ଭିଏତନାମ, ଇସ୍ରାଏଲ, ଦକ୍ଷିଣ ଆଫ୍ରିକାସ୍ଥିତ ଦୂତାବାସରେ ଅଧିକାରୀ ଭାବେ ସେ କାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀ ବୈଦେଶିକ ମନ୍ତ୍ରଣାଳୟରେ ସେ ବାଂଲାଦେଶ, ଶ୍ରୀଲଙ୍କା, ମ୍ୟାଁମାର, ମାଳଦୀପ, ନେପାଳ, ଭୂଟାନ ଓ ପଶ୍ଚିମ ୟୁରୋପୀୟ ବ୍ୟାପାର ଦାୟିତ୍ବରେ କାର୍ଯ୍ୟ କରିବା ସହ ‘ସାର୍କ’ ରାଷ୍ଟ୍ର ପକ୍ଷରୁ ଜାତିସଂଘରେ ନେତୃତ୍ବ ନେଇଛନ୍ତି। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଛାତ୍ର ଶ୍ରୀଙ୍ଗଲା ବୈଦେଶିକ ସେବାରେ ଯୋଗଦେବା ପୂର୍ବରୁ କର୍ପୋରେଟ କ୍ଷେତ୍ରରେ କାର୍ଯ୍ୟ କରିଥିଲେ। ରାଜନୈତିକ ବିବାଦ ସମାଧାନ ଓ ଅର୍ଥନୈତିକ କୂଟନୀତି କ୍ଷେତ୍ରରେ ତାଙ୍କର ଦଖଲ ରହିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories