www.samajalive.in
Monday, December 8, 2025
27.1 C
Bhubaneswar

ଧାନକୁଟାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯଜ୍ଞ ଗୃହରେ ଘଟ ସ୍ଥାପନା

ଧାମରା: ଧାମରା ନିକଟସ୍ଥ କରଞମାଳ ପଂଚାୟତ ଅଧିନସ୍ଥ ଧାନକୁଟା ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ୧୦୮ ନାରୀ ନିକଟସ୍ଥ ମୁନିପଦା ଠାରେ ଥିବା ପୋଖରୀରୁ ୧୦୮ କଳସ ପାଣି ଆଣିବା ପରେ ହନୁମାନ ମନ୍ଦିର ନିକଟସ୍ଥ ଯଜ୍ଞ ଗୃହରେ ଘଟ ସ୍ଥାପନା କରିଥିଲେ।

ଏହାପରେ ଗୋପୂଜା, ସୂର୍ଯ୍ୟପୂଜା, ଗୁରୁ ପୂଜା, ସ୍ତମ୍ଭ ତୋରଣ ପୂଜା, ଅଗ୍ନି ସ୍ଥାପନ, ଯଜ୍ଞାରମ୍ଭ ଏହି ପୂଜା ଅବସରରେ ଧାନକୁଟା ଗ୍ରାମବାସୀ ତଥା କରଞ୍ଜମାଳ ପଂଚାୟତର ସମସ୍ତଙ୍କ ସହଯୋଗ ରହୁଥିବା ବେଳେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୂପ ପ୍ରବଚନ ତଥା ଭଜନ କୀର୍ତନ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି।

- Advertisement -

ଅଂଚଳବାସୀ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଉପସ୍ଥିତ ରହିବା ସହ ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ଅଂଚଳବାସୀ ମାନଙ୍କ ଆର୍ଥିକ ସହାୟତରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇପାରିଛି ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଭୋଗିବେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories