www.samajalive.in
Monday, December 8, 2025
27.1 C
Bhubaneswar

ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେପି

ପଟ୍ଟାଙ୍ଗି: ରାଜ୍ୟ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ୨୧ଟି ବିଧାନ ସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏହି ତାଲିକାରେ ପଟାଙ୍ଗି ବିଧାନସଭା ପାଇଁ ପୁର୍ବରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ନାମକୁ ହଟାଇ ନୂତନ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପୁର୍ବରୁ ଏହି ଆଦିବାସୀ ସଂରକ୍ଷିତ ପଟାଙ୍ଗୀ ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପକ୍ଷରୁ ରାମଚନ୍ଦ୍ର କାଡାମ, ବିଜେଡି ପକ୍ଷରୁ ପ୍ରଫୁଲ୍ଲ ପାଙ୍ଗି ଏବଂ ଭାଜପା ପକ୍ଷରୁ ଚୈତନ୍ୟ ହନ୍ତାଳଙ୍କ ନାମ ଘୋଷଣା କରାଯାଇଯାଇଥିଲା। ତେବେ ମଙ୍ଗଳବାର ଭାଜପା ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗି ବିଧାନସଭା ପାଇଁ ପ୍ରାର୍ଥୀ ବଦଳାଯାଇଛି। ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରିଛି ଦଳ। ଚୈତନ୍ୟ ହନ୍ତାଳଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ମଞ୍ଚ ପକ୍ଷରୁ ଘୋର ବିରୋଧ କରାଯିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ବିଜେପି ପକ୍ଷରୁ ଏହାର ସତ୍ୟତାକୁ ନେଇ ଯାଞ୍ଚ୍ କରି ବିଜେପି ନିଜର ପ୍ରାର୍ଥୀ ବଦଳାଇଥିବା ଜଣାପଡିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories