www.samajalive.in
Tuesday, December 9, 2025
16.1 C
Bhubaneswar

କମର୍ଚାରୀଙ୍କ ଆତ୍ମହତ୍ୟା: ସୁଇସାଇଟ ନୋଟ୍‍ରେ ମୋଦୀଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ହାଇଦ୍ରାବାଦର ଘରୋଇ ଅନୁଷ୍ଠାନର କର୍ମଚାରୀ ସଂସ୍ଥାର ଉତ୍ପିଡ଼ନରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଛି। ମୃତ୍ୟୁ ପୂର୍ବରୁ ଘଟଣାସ୍ଥଳରେ ଛାଡ଼ି ଯାଇ ଥିବା ସୁଇସାଇଟ ନୋଟ୍‍ରେ ” କେବଳ ମୋଦୀ ହିଁ ଦେଶର ଉଦ୍ଧାର କରିପାରିବେ’ ଲେଖି କର୍ମଚାରୀ ଜଣକ ଆତ୍ମହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି।
ଘଟଣା ହାଇଦ୍ରାବାଦର ସୌଦାବାଦ ଅଞ୍ଚଳର। ଏଠାରେ ୩୦ବର୍ଷିୟ ନୁଥଲଙ୍ଗାନତି ନରସିଂ ନାମକ କର୍ମଚାରୀ ନିଜ କାର୍ଯ୍ୟାଳୟରେ ଗଳାରେ ଫାସ ଲଗାଇ ଆତ୍ମହତ୍ୟା କରିଥିଲେ। କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଉତ୍ପିଡ଼ନରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ମୃତ ନରସିଂ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଟ ନୋଟ ଛାଡ଼ି ଯାଇଥିବା ପୁଲିସ ଉଦ୍ଧାର କରିଛି। ଏହି ସୁଇସାଇଟ ନୋଟରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ କ୍ରମାଗତ ଦେଶର ଶାସନ ଦାୟିତ୍ୱ ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛି ନରସିଂ। କେବଳ ମୋଦୀ ହିଁ ଦେଶକୁ ଉଦ୍ଧାର କରିପାରିବେ ବୋଲି ସେ ତାଙ୍କ ସୁଇସାଇଟ ନୋଟରେ ଲେଖି ଯାଇଥିଲେ। ପୁଲିସ ଘଟଣା ସମ୍ପର୍କରେ ମାମଲା ରୁଜୁ କରିଛି। ଅପରପକ୍ଷରେ ପରିବାରବର୍ଗ ଓ ବନ୍ଧୁବର୍ଗମାନେ ଘଟଣାସ୍ଥଳରେ ପହଞ୍ôଚ ମାମଲାରେ ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories