www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେଇଛନ୍ତି ୩୨ଟି ଦଳ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପଡ଼ିଆରେ ଜୟ ଦୁର୍ଗା କ୍ଳବ ପକ୍ଷରୁ  ଜିଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ନୀଳମାଧଵ ହିକକା, କୁମାର ସ୍ୱାମୀ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ, ସିହେଚ ନାଗେଶ ରାଓ ସରପଞ୍ଚ ଗୌତମ ବାର୍ଲି , ପାର୍ଷାଲି ସରପଞ୍ଚ  ବାମ କାଡ୍ରାକା  ପ୍ରମୁଖ ଯୋଗଦେଇଥିଲେ।
ଉଦଘାଟନି ମ୍ୟାଚ କରଞ୍ଜ। ସହ ପୂଜାରିଗୁଡା ମଧ୍ୟରେ ଆରମ୍ଭ ହୋଇଥିଲା ।  କରଞ୍ଜ। ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ।୧୨ ଓଭର ମ୍ୟାଚରେ  ସମସ୍ତ ୱିକେଟ ହରାଇ ୬୬ରନ କରିଥିଲେ । ପୂଜାରିଗୁଡା ଦଳ ୬୬ରନକୁ ପିଛା କରି ୧୨ ଓଭରକୁ ୪ଟି ବଲ ବାକି ଥାଇ ଜିତି ନେଇଥିଲା । ଏଥିରେ ରବି ମାର୍ଥା ସର୍ବାଧିକ ୪୦ରନ ସଂଗ୍ରହ ସହ ନଟଆଉଟ ରହିଥିଲେ ଏବଂ ତାଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଛି ।
ଏହି ମ୍ୟାଚକୁ ଜି. ସାତିଷ ଓ  ତପନ ଦଣ୍ଡସେନା ପରିଚାଳନା କରିଥିଲେ । ଉକ୍ତ ଜିଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଭାଗ ନେଇଛନ୍ତି। ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଦଳର ପ୍ରତିଯୋଗିତା କରାଯିବ। ବିଜେତାକୁ ଟ୍ରଫି ସହ୨୦ହଜାର ଟଙ୍କା ଓ ଉପ ବିଜେତାକୁ  ଟ୍ରଫି ସହ୧୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ବୋଲି ଜୟ ଦୁର୍ଗା କ୍ଳବ ତରଫରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories