www.samajalive.in
Monday, December 8, 2025
27.1 C
Bhubaneswar

ବିଶୁଦ୍ଧ ପାନୀୟ ଜଳ ଅପଚୟ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ଗ୍ରୀଷ୍ମ ଋତୁରେ ପ୍ରବଳ ଖରାରେ ମୁନ୍ଦାଏ ପାଣି ପାଇଁ ଲୋକ ମାନେ ଆହାକାର ହେଉଥିବା ବେଳେ ଏଠାରେ ବିଶୁଦ୍ଧ ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳିଛି। ସଦର ମହକୁମାର ବଡବ୍ରାହ୍ମଣ ସାହିରେ ଥିବା ଷ୍ଟାଣ୍ଡ ପଏଣ୍ଟରେ କେବଳ ସିମେଣ୍ଟ ତିଆରି ଖମ୍ବ ରହିଛି ସେଥିରେ ରହିଥିବା ଲୁହା ପାଇପ କେହି ନେଇ ଯାଇଥିବା ଅଭିଯୋଗ ହୋଇଛି। ସେଥିରେ ଲୁହା ପାଇପ ନଥିବାରୁ ଲୋକେ ପାଣି ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ବିଶୁଦ୍ଧ ପାନୀୟ ଅପଚୟ ହେଉଛି। ସେହିପରି ମୁଖ୍ୟ ରାସ୍ତାରେ ଥିବା ଆର ନାଗେଶ ରାଓ ଓ ଜି ମୁଟୁଲା ଏହି ଦୁଇ ଘର ଲୋକେ ଘରକୁ ପାଇପ ଲାଇନ ନେଇଛନ୍ତି। କିନ୍ତୁ ତାହା ଫାଟି ରାସ୍ତାରେ ବିଶୁଦ୍ଧ ପାନୀୟ ଗୁଡିକ ନଷ୍ଟ ହେଇଛି। ଏହି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି , ଜଳଯୋଗାଣର କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ତାର କୌଣସି ମରାମତି କରାଯାଇପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ତୁରନ୍ତ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories