www.samajalive.in
Tuesday, December 9, 2025
15.1 C
Bhubaneswar

ଦୁଗ୍ଧଚାଷୀଙ୍କ ପାଇଁ ଦରଦୀ ବନ୍ଧୁ ସାଧାରଣ ପରିଚାଳକ, ଛୁଟିଦିନରେ ବି ଭେଟି ବୁଝୁଛନ୍ତି ସମସ୍ୟା

ରେଙ୍ଗାଲିକ୍ୟାମ୍ପ: ଦୁଗ୍ଧ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଦୈନିକ ଦେଢ଼ ଲକ୍ଷ ଲିଟର କ୍ଷୀର ସଂଗ୍ରହ ଲକ୍ଷ୍ୟ ନେଇ ସିଧାସଳଖ ଚାଷୀଙ୍କୁ ଭେଟୁଛନ୍ତି ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସମବାୟ ସଂଘର ସାଧାରଣ ପରିଚାଳକ ଡଃ ସରୋଜ କୁମାର ସାହୁ । ଦୁଗ୍ଧ ଚାଷୀଙ୍କ ସମସ୍ୟା ବୁଝି ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରୁଛନ୍ତି। ଗୁରୁବାର ସମଗ୍ର ରାଜ୍ୟରେ ସରକାରୀ ବିଭାଗର ଛୁଟି ଦିବସ ଥିବାବେଳେ ଛୁଟି ଦିବସରେ ମଧ୍ୟ ଦୁଗ୍ଧ ସମିତି ସହ ଚାଷୀଙ୍କ ଫାର୍ମ, ଘାସ ଚାଷ ପରିଦର୍ଶନ କରିଛନ୍ତି ସାଧାରଣ ପରିଚାଳକ(ଜିଏମ ) ଡଃ ସାହୁ। ବରଗଡ଼ ଜିଲା ବିଭିନ୍ନ ଦୁଗ୍ଧ ମାର୍ଗ ଅଧିନରେ ଥିବା ଦୁଗ୍ଧ ଉତ୍ପାଦକ ସମବାୟ ସମିତିମାନଙ୍କୁ ସେ ବୁଲି ଦେଖିବା ସହିତ ସମସ୍ତ ବିଷୟ ତଦାରଖ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ ସିଧା ସଳଖ ଦୁଗ୍ଧ ଉତ୍ପାଦକ ସମନ୍ବୟ ସମିତିର ଦୁଗ୍ଧ ଚାଷୀଙ୍କୁ ଭେଟି ତାଙ୍କ ସମସ୍ୟାଗୁଡ଼ିକ ବୁଝିଥିଲେ। ଡଃ ସାହୁ ସାଧାରଣ ପରିଚାଳକ ଭାବେ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ସମବାୟ ସମିତିରେ ଯୋଗଦାନ କରିବା ପରେ ତାଙ୍କ ଅକ୍ଳାନ୍ତ ପରିଶ୍ରମ ସହ କାର୍ଯ୍ୟ ଶୈଳୀ ଯୋଗୁ ବର୍ତମାନ ଦୈନିକ ୧ ଲକ୍ଷ ଲିଟର କ୍ଷୀର ସଂଗ୍ରହ ହେଉଥିବା ଜଣାପଡିଛି। ୧ ଲକ୍ଷରୁ ଦୈନିକ ଦୁଗ୍ଧ ସଂଗ୍ରହ ଦେଢ଼ ଲକ୍ଷ ଲିଟରକୁ ବୃଦ୍ଧି କରିବା ସହ ଗୋପାଳକଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ରଖି ନିଜ ବିଭାଗର କାର୍ଯ୍ୟରତ କ୍ଷେତ୍ର ପରିଦର୍ଶକ, ଅଞ୍ଚଳ ଭାରପ୍ରାପ୍ତ ଅଧିକାରୀ, ସଂପାଦକ, ସଭାପତିଙ୍କ ସହିତ ଆଲୋଚନା କରି ଗୋପାଳକଙ୍କ ଆର୍ଥିକ ମାନଦଣ୍ଡ ବଢ଼ାଇବା ପାଇଁ ଡଃ ସାହୁ ବରଗଡ଼ ୟୁନିଟ ଅଞ୍ଚଳର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ମହାକୁର, ଷ୍ଟେନୋ ସର୍ବେଶ୍ଵର ମହାପାତ୍ରଙ୍କ ସହ ଗୋଡଭଗା-ତୁରୁମ ରୁଟ ଦୁଗ୍ଧମାର୍ଗ ଅଧିନରେ ଥିବା ଉଦେପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତିକୁ ପରିଦର୍ଶନ କରିବାକୁ ଆସି ସିଧାସଳଖ ସମିତିର ଦୁଗ୍ଧ ଚାଷୀଙ୍କ ସହିତ ଭେଟି ତାଙ୍କ ସମସ୍ୟା ବୁଝିଛନ୍ତି। ଏହା ସହିତ ଚାଷୀ ରଶ୍ମୀ ରଞ୍ଜନ ସେଣ, ମହିଳା ଦୁଗ୍ଧ ଚାଷୀ ପୂର୍ଣ୍ଣିମା ଦନ୍ତାଙ୍କ ଗାଈ ଫାର୍ମ, ଘାସ ଚାଷ ବୁଲି ଦେଖିଥିଲେ। ଉଦେପୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିଃର ସଭାପତି ହୃଷିକେଶ ଖମାରୀ, ସଂପାଦକ ମାନଭଞ୍ଜନ ଦନ୍ତା, ପୂର୍ବତନ ସଭାପତି ଗିରି ଗୋବର୍ଦ୍ଧନ ଭୋଇ, ଚାଷୀ ରଶ୍ମୀ ରଞ୍ଜନ ସେଣ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories