www.samajalive.in
Monday, December 8, 2025
27.1 C
Bhubaneswar

ଆଇଆଇଏମଟିରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆର୍ଥିକ ବିନିଯୋଗର ସମୀକ୍ଷା ଉପରେ ଗୁରୁତ୍ୱ ଦେଲେ ବ୍ୟବସାୟିକ ସଫଳତା ମିଳିଥାଏ ବୋଲି ସେ କହିଥିଲେ। ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଜୁମ ମାଧ୍ୟମରେ ଇଟାଲିସ୍ଥ ପେରୁପିଇଅ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ପ୍ରଫେସର ଡ଼କ୍ଟର ଫ୍ରାନସିସ ବର୍ଟିଲୋଚି, ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ମିତବୟତା ଉଦ୍ୟୋଗ ସ୍ଥାପନର ମୂଳ ଲକ୍ଷ ବୋଲି କହିଥିଲେ।

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସୂଚନା କମିଶନର , ଓଡିଶା ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ମାନଙ୍କର ଜଙ୍ଗଲ ଜାତ ଏବଂ କୃଷି ଜାତ ଦ୍ରବ୍ୟର ବିକ୍ରିବଟା ସଠିକ ମୂଲ୍ୟରେ ହୋଇପାରିଲେ ସେମାନଙ୍କ ଆର୍ଥିକ ଉର୍ନତି ହୋଇପାରିବ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଆଇଆଇଏମଟି ର ଆସୋସିଏଟ ପ୍ରଫେସର ସୋମା ମିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସଂଗେ ସଂଗେ ପ୍ରଫେସର ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଡିନ୍ ଏକାଡେମୀ ଏବଂ ପ୍ରଫେସର ଡ଼କ୍ଟର ଜଗମୋହନ ପଟ୍ଟନାୟକ ଡିନ ପ୍ରଶାସନିକ ଏବଂ ଛାତ୍ରକଲ୍ୟାଣ ଯଥାକ୍ରମେ ସ୍ୱାଗତ ଭାଷଣ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories