www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀ ସିମେଣ୍ଟ କାରଖାନା ପରିସରରେ ଶ୍ରମିକଙ୍କ ମୃତ୍ୟୁ, ଫାଟକ ସମ୍ମୁଖରେ ମୃତଦେହ ରଖି ଧାରଣା

ଗୁରୁଡ଼ିଝାଟିଆ: ଘଣ୍ଟିଖାଲ ଚନ୍ଦ୍ରାବଳୀ ଶ୍ୟାମପୁରଠାରେ ଥିବା ଶ୍ରୀ ସିମେଣ୍ଟ କାରଖାନା ପରିସରରେ ଟ୍ରକ ଚାଳକଙ୍କ ଅସାବଧାନତା ପାଇଁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ କାରଖାନା ସମ୍ମୁଖରେ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରକାଶଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ସମୟରେ କାରଖାନା ପରିସରରେ ଡାଗଭାଗ ଗ୍ରାମର ଠିକା କର୍ମଚାରୀ ଦିବାକର କାରଖାନାର ଜିପସମ୍‌‌ ୟାର୍ଡଠାରେ କାର୍ଯ୍ୟରତ ଥିବାବେଳେ ହଠାତ୍‌‌ ପଛପଟୁ ଏକ ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ତାଙ୍କ ଛାତି ଓ ଅନ୍ୟାନ୍ୟ ଅଂଶରେ ଗୁରୁତର ଆଘାତ ଲାଗିଥିଲା। କଟକର ଏକ ଘରୋଇ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ବୁଧବାର ସ୍ଥାନୀୟ ଅଞ୍ଚଳ ଯୁବକ ଓ ଡାଗଭାଗ ଗ୍ରାମର କେତେକ ଲୋକ ଆସି କାରଖାନା ଫାଟକ ନିକଟରେ କ୍ଷତି ପୂରଣ ଦାବି ନେଇ ଧାରଣାରେ ବସିଥିଲେ। ଦୀର୍ଘ ସମୟ ଧରି କାରଖାନା କର୍ତ୍ତୃପକ୍ଷଙ୍କ ଦେଖା ମିଳିନଥିଲା। ଏପରିକି ମୃତ ଦିବାକରଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଇଥିବାବେଳେ ଆମ୍ବୁଲାନ୍ସରୁ ଅଧାବାଟରେ ତେଲ ସରିଯିବା, ନିୟମିତ ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ଅନ୍ୟଜଣେ ଡ୍ରାଇଭର ଗାଡି ଚଳାଇବା ଘଟଣାକୁ ନେଇ ମଧ୍ୟ ଧାରଣାରତ ଲୋକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ କାରଖାନାର ପାରିପାର୍ଶ୍ବିକ ଓ ଲୋକ ସଂପର୍କ ଅଧିକାରୀ ପ୍ରଦୀପ ଭୋଇଙ୍କ ସହିତ ଉଚ୍ଚବାଚ କରିବା ପାଇଁ ପଛାଇନଥିଲେ। ମୃତଦେହକୁ ରଖି କାରଖାନା ସମ୍ମୁଖରେ କ୍ଷତିପୂରଣ ଦାବି ନେଇ ଅଡି ବସିଥିଲେ। ଘଟଣା ସଂପର୍କରେ ଖବର ପାଇ ଆଠଗଡ଼ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରା, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହିନ୍ଦ ମଜଦୂର ସଂଘର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ବରାଳ, ମୃତ ଦିବାକାରଙ୍କ ପତ୍ନୀ ମମତା ପ୍ରଧାନ, କାରଖାନାର ବରିଷ୍ଠ ଅଧିକାରୀ ଓ ଉପରୋକ୍ତ ପ୍ରଶାସନିକ ଅଧିକାରୀବୃନ୍ଦ ଦୀର୍ଘ ସମୟ କ୍ଷତିପୂରଣ ଦାବି ସଂପର୍କରେ ଆଲୋଚନା କରିଥିଲେ। କାରଖାନା କର୍ତ୍ତୃପକ୍ଷ ଶବ ସତ୍କାର ଓ ଦଶାହ କର୍ମ ପାଇଁ ୫୦ ହହାର ଟଙ୍କା ନଗଦ ପ୍ରଦାନ କରିଥିବାବେଳେ ସପ୍ତାହକ ମଧ୍ୟରେ ୧୦ଲକ୍ଷ ଟଙ୍କା, ଏକମାସ ମଧ୍ୟରେ ୫ଲକ୍ଷ ଟଙ୍କା ଓ ଜିପିଏ ପଲିସି ବାବଦରୁ ୨ଲକ୍ଷ ଓ ଇପିଏଫଓ ବାବଦରେ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ ସହିତ ଜଣକୁ ଚାକିରୀ ଦେବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories