www.samajalive.in
Tuesday, December 9, 2025
15.1 C
Bhubaneswar

ତେଲଙ୍ଗାନାରୁ ଚାଲି ଚାଲି ଫେରିଲେ ଦାଦନ ଶ୍ରମିକ

 କୋରାପୁଟ : ତେଲଙ୍ଗାନା ରାଜ୍ୟର କରିମନଗରକୁ ଇଟାଭାଟିରେ ଦାଦନ ଖଟିନାକୁ ଯାଇ ନିର୍ଯାତିତ ହୋଇ ଚାଲି ଚାଲି ଫେରିଛନ୍ତି ନବରଙ୍ଗପୁର ଜିଲାର ଝରିଗାଁ ଅଞ୍ଚଳର କିଛି ଦାଦନ ଶ୍ରମିକ। ସେମାନେ ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ କରିମନଗର ଦେଇ ସେଠାରୁ ଭଦ୍ରାଞ୍ଚଳ ଦେଇ ଛତିଶଗଡ଼ର ବସ୍ତର ଜିଲା ଦେଇ କୋରାପୁଟ ଜିଲାର କୋଟପାଡ଼ରେ ପହଞ୍ଚିଥିଲେ। ବହୁ କଷ୍ଟରେ ଟ୍ରେନ ବସ୍‍ ଆଦି ଯାତ୍ରା କରିବା ପରେ ପାଖରେ ଥିବା ଟଙ୍କା ସରିଯିବା ପରେ ମହିଳା ୩ ନାବାଳକ ସହ ପ୍ରାୟ ୯ଜଣ ଚାଲି ଚାଲି ୬୦କିଲୋମିଟର ଅତିକ୍ରମ କଲାପରେ ଆଉ ଆଗେଇ ନ ପାରି କୋଟପାଡ଼ ବ୍ଲକର ଢାମଣାହାଣ୍ଡି ଗ୍ରାମର କେତେକ ଲୋକଙ୍କ ସହାୟତାରେ ଆଶ୍ରୟ ନେଇଥିଲେ। ଘଟଣାରୁ ପ୍ରକାଶ ଯେ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକର ବେହେରାମୁଣ୍ଡା
ଗ୍ରାମର ଜଣେ ଦଲାଲ ସେଠାକାର ଚଛା ଗ୍ରାମର ଲୋକଙ୍କୁ ଫୁସୁଲାଇ ତେଲଙ୍ଗାନା ରାଜ୍ୟର କରିମନଗରକୁ ନେଇଯାଇଥିଲେ। ସେମାନେ ସେଠାରେ ଦୀର୍ଘ ୪ମାସ ରହି କାମ କରିବା ପରେ ଟଙ୍କା ପଇସା ନ ମିଳିବାରୁ ଟଙ୍କା ମାଗିବାରୁ ତାଙ୍କୁ ଓଲଟା ନିର୍ଯାତନା ମିଳିବାରୁ ସେମାନଙ୍କ ମଧ୍ୟରୁ କେତେକ ସେଠାରୁ ଫେରି ଆସିଥିଲେ। ଏହି ୯ଜଣ କରିମନଗରରୁ ହାଇଦ୍ରାବାଦ ବସ୍‍ରେ ଆସିଥିବା ବେଳେ କତାଗୁମେରୁ ପାଖରୁ ଭଦ୍ରାଚଳମ ପ୍ରାୟ ୬୦କିଲୋମିଟର ଚାଲି ଚାଲି ଆସିଥିବା ବେଳେ କିଛି ପଇସା ସଂଗ୍ରହ କରି ସେଠାରୁ ଛତିଶଗଡ଼ର ବସ୍ତର ଅଞ୍ଚଳରେ ପହଞ୍ଚିଥିଲେ। ପୁଣି ସେଠାରୁ ଚାଲିଚାଲି କୋଟପାଡ଼ ନିକଟସ୍ଥ ଢାମଣାହାଣ୍ଡିରେ ପହଞ୍ଚିଥିଲେ। ଖାଦ୍ୟ ଅଭାବରୁ ଦୁର୍ବଳ ହୋଇଯାଇଥିବା ଯୋଗୁଁ ସେଠାରୁ ଆଉ ଆଗେଇ ପାରି ନ ଥିଲେ। ଢାମଣାହାଣ୍ଡି ଗ୍ରାମର ରଘୁନାଥ ନାମକ ଜଣେ ବ୍ୟକ୍ତି ଦୟା ପରବଶ ହୋଇ ଏମାନଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇଥିଲେ। ଗ୍ରାମ ଲୋକଙ୍କ ସହ ମିଶି ଏମାନଙ୍କୁ ସବୁ ସୁବିଧା କରିଥିଲେ। ଏହି ଦାଦନ ଫେରନ୍ତାଙ୍କ ମଧ୍ୟରେ ୯ ଜଣ ରହିଥିବା ବେଳେ ୩ ଜଣ ନାବାଳିକା ରହିଥିବା ଜଣାଯାଇଛି। ସେମାନଙ୍କ କହିବା ଅନୁସାରେ ଝରିଗାଁ ଅଞ୍ଚଳ ଓ ସେମାନଙ୍କ ଆଖପାଖ ଗ୍ରାମର ବହୁ ଲୋକ ଦଲାଲଙ୍କ କବ୍‍ଜାରେ ପଡି କରିମନଗର ଅଞ୍ଚଳର ଇଟାଭାଟିରେ କାମ କରୁଥିବା ସହ ନିର୍ଯାତିତ ହେଉଥିବା ଏବଂ ଘରକୁ ଫେରିପାରୁ ନ ଥିବା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories