www.samajalive.in
Monday, December 8, 2025
24.1 C
Bhubaneswar

ଭୁଜାଲିରେ ହାଣି ୪ ଲକ୍ଷ ଲୁଟ

କେନ୍ଦ୍ରାପଡ଼ା: କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ହାଣି ୪ ଲକ୍ଷ ଲୁଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ସଦର ଥାନା ଭାଟବାଗ ନିକଟରେ ଲୁଟପାଟ ହୋଇଛି। ବାଇକରେ ୨ ଦୁର୍ବୁତ୍ତ ଆସି କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ହାଣି ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୁତ୍ତମାନେ କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ଲୁହା ରଡରେ ପିଟିବା ସହ ଭୁଜାଲିରେ ହାଣି ପକାଇଥିଲେ। ଏହାପରେ ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୪ ଲକ୍ଷ ୯୦ ହଜାର ଟଙ୍କା ଝାମ୍ପି ନେଇଥିଲେ।

ହଳଦିଆ ଗାଁର ସୋନା ଟ୍ରେଡର ନାଁରେ ଏକ ବ୍ରଏଲର କୁକୁଡ଼ା କମ୍ପାନୀ ରହିଛି। ସେହି କମ୍ପାନୀର କଲେକ୍‌ସନ୍‌ ଏଜେଣ୍ଟ ଭାବେ କାମ କରୁଥିବା ଆଲମ ଗିରି ଆଜି ବିଭିନ୍ନ ସ୍ଥାନରୁ ଟଙ୍କା ସଂଗ୍ରହ ପରେ ବାଇକ୍‌ରେ ଫେରୁଥିଲେ। ଭାଟବାଗ ଆମ୍ବତୋଟା ନିକଟରେ ୨ଜଣ ଦୁର୍ବୁତ୍ତ ବାଇକରେ ଆସି ଆଲମ୍‌ଙ୍କୁ ଠେଲି ଦେଇଥିଲେ। ସେ ରାସ୍ତା ପାର୍ଶ୍ୱରେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ଆକ୍ରମଣ ପରେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିଲେ। ଟଙ୍କା ଲୁଟ୍‌ର ଘଟଣା ସିସିଟିଭିରେ କଏଦ ହୋଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories