www.samajalive.in
Monday, December 8, 2025
17.1 C
Bhubaneswar

୫ ଚୋରି ବାଇକ୍‌‌ ଉଦ୍ଧାର, ୨ ଅଭିଯୁକ୍ତ ଛାତ୍ର ଗିରଫ

କେନ୍ଦୁଝରଗଡ଼: କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଦିନକୁ ଦିନ ବାଇକ୍‌‌ ଚୋରି ପୁଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଶେଷରେ ପୁଲିସକୁ ସଫଳତା ମିଳିଛି। ଚୋରି ବାଇକ୍‌‌ ମଧ୍ୟରୁ ସୋମବାର ସୁଦ୍ଧା ୫ଟି ବାଇକ୍‌‌ ବିଭିନ୍ନ ଅଞ୍ଚଳରୁ ଉଦ୍ଧାର କରିବାକୁ ପୁଲିସ ସକ୍ଷମ ହୋଇଥିବାବେଳେ ଏହି ମାମଲାରେ ୪ଜଣଙ୍କୁ ରବିବାର ରାତି ଅଟକ ରଖି ପଚରାଉଚୁରା ଜାରି ରଖିଛି। ତେବେ ଅଟକ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କ ଚୋରୀ ସହ ସମ୍ପୃକ୍ତି ନଥିବା ବେଳେ ଚୋରି ସହ ସମ୍ପକ୍ତ ଥିବା ଦୀପଙ୍କର ଗୋଛାୟତ (୧୯) ଓ ରାଜୀବ ଗୋପ (୨୧)କୁ ପୁଲିସ ସୋମବାର ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ରମାକାନ୍ତ ସାଏ କହିଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଦୀପଙ୍କର ଡିମ୍ବୋସ୍ଥିତ କେନ୍ଦୁଝର ଯାନ୍ତ୍ରିକ ବିଦ୍ୟାଳୟର ଦ୍ୱିତୀୟବର୍ଷ ଛାତ୍ର ଥିବା ବେଳେ ରାଜୀବ ବଡବିଲ ମହାବିଦ୍ୟାଳୟର ସ୍ନାତକ ଛାତ୍ର ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଏହି ବାଇକ୍‌‌ ଚୋରି ମାମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମଧ୍ୟ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ସେ ଫେରାର ଥିବାରୁ ତାକୁ ଗିରଫ କରିବା ପାଇଁ ଟାଉନ ଥାନା ପୁଲିସର ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ସାଏ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories