www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତା ନୁହେଁ ମରଣ ଯନ୍ତ୍ରା

ଭବାନୀପାଟଣା: କଳାହାଣ୍ଡିରୁ ରାୟଗଡା କୁ ସଂଯୋଗ କରୁଥିବା ଛତିଗୁଡ଼ା ଛକ ଶାନ୍ତପୂରରୁ କିଡିଙ୍ଗ ରାସ୍ତା ଟି ମରଣ ଯନ୍ତା ରେ ପରିଣତ ହେଇଛି। ପିଡ଼ବ୍ଲୁଡି ବିଭାଗ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି ରାସ୍ତା ର ମରାମତି କାମ ଆରମ୍ଭର ୧୧ ମାସ ପରେ ବି   ୧୧ କିମି ରାସ୍ତା କାମ ସରିବାର ନାଁ ଧରୁନାହିଁ।

ସୂଚନା ଅନୁଯାୟୀ ପ୍ରାୟ ୨୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ପ୍ରାୟ ୧୧ କିମି ରାସ୍ତା ମରାମତି ଚାଲିଛି। ଗତ ମଇ ମାସ ୧୫ ତାରିଖ ରୁ କାମ ଆରମ୍ଭ ହେଇ ଆସନ୍ତା ଜୁଲାଇ ୧୨ ତାରିଖ ଶେଷ ହେବା କୁ ଧାର୍ଯ୍ୟ ରଖାଯାଇଛି। ଅଥଚ ଏଯାଏଁ ୫୦ ପ୍ରତିଶତ କାମ ମଧ୍ୟ ଶେଷ ହୋଇନାହିଁ।

- Advertisement -

ଶାନ୍ତପୁର ଗାଁ ନିକଟରୁ କଦଳୀ ଘାଟି ଦେଇ କିଡିଙ୍ଗ ଯାଏଁ ରାସ୍ତା ର ଅବସ୍ଥା ଖାଲ ଖମା ରେ ଭର୍ତ୍ତି। ବଡ଼ ବଡ଼ ଖାଲ ଯୋଗୁଁ ଯାନବାହାନ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଲାଞ୍ଜିଗଡ ବେଦାନ୍ତ, ରାୟଗଡା, ବିଶାଖାପାଟଣା, ବ୍ରହ୍ମପୁର ରୁ ଭବାନିପାଟଣା ଦେଇ ରାୟପୁର, ସମ୍ବଲପୁର ଅଞ୍ଚଳକୁ ଭାରି ଯାନ ଚଳାଚଳ କରୁଛି। ଜିଲ୍ଲା ମହକୁମା  ଭବାନୀପାଟଣା ରୁ ଲାଞ୍ଜିଗଡ ରୋଡ଼, ବିଶ୍ଵନାଥପୁର ଏବଂ ଲାଞ୍ଜିଗଡ ଅଞ୍ଚଳକୁ ସ୍ଥାନୀୟ ଲୋକେ ବାଇକ୍ ରେ ଯାତାୟତ କରନ୍ତି। ବଡ଼ ବଡ଼ ଖାଲ ଏବଂ ଘାଟି ରାସ୍ତା ଯୋଗୁଁ ଭାରି ଯାନ ଗୁଡ଼ିକ ପଛ ଗାଡି କୁ ବାଟ ଦେବା ସମ୍ଭବ ନୁହେଁ।

ଏଣୁ ବାଇକ୍ ଆରୋହୀ ମାନେ ଭାରି ଯାନ ପଛ ରେ ରହି ଧୂଳି ଧୂସରିତ ହେବା ଥୟ। ମାସ ମାସ ଧରି କାମ ଚାଲିଥିଲେ ବି ରାସ୍ତା କାମ ସମ୍ପୂର୍ଣ ହେବା ଦୂରେଥାଉ ବଡ଼ ବଡ଼ ଖାଲ ଗୁଡ଼ିକୁ ପୋତିବା କାମ ମଧ୍ୟ ସଂପୂର୍ଣ୍ଣ ହେଇ ପାରୁନି। ଫଳରେ ନିତିପ୍ରତି ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ଏନେଇ ଜନ ଅସନ୍ତୋଷ ବଢୁଛି। ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ତଥାପି ଉତ୍ତମ ବୁଝାମଣା କାରଣରୁ ବିଭାଗୀୟ ଯନ୍ତ୍ରୀ ଙ୍କ ନିୟନ୍ତ୍ରଣ ରେ ଠିକାଦାର ନଥିବାରୁ କାମ ମନ୍ଥର ଗତି ରେ ଚାଲିଛି। ଫଳରେ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ନିକଟରେ ରାସ୍ତାରୋକ କରିଥିବା ଲୋକଙ୍କୁ ଫମ୍ପା ପ୍ରତିଶ୍ରୁତି ଦେଇ ପ୍ରଶାସନ କାମ ଚଲେଇ ନେଲା। ହେଲେ ଅନ୍ତତଃ ବଡ଼ ଖାଲ ଗୁଡ଼ିକୁ ତୁରନ୍ତ ପୋତିବା କାମ ନହେଲେ ଖୁବ ଶୀଘ୍ର ପୁଣି ଲୋକେ ରାସ୍ତାରୋକ କରିବାକୁ ସଜବାଜ ହେଉଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories