www.samajalive.in
Monday, December 8, 2025
27.1 C
Bhubaneswar

ସେନାଧ୍ୟକ୍ଷ ବିପିନଙ୍କୁ ଜେନେରାଲ ଡାୟରଙ୍କ ସହ ତୁଳନା କଲେ ପୂର୍ବତନ ଜଷ୍ଟିସ୍‍ କାଟ୍‍ଜୁ

ନୂଆଦିଲ୍ଲୀ : କାଶ୍ମୀରରେ ସେନାର ଗୁଳି ମାଡ଼ରେ ୭ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ସୋମବାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ମାର୍କଣ୍ଡେୟ କାଟ୍‍ଜୁ ବିବାଦୟୀ ଟିପ୍ପଣୀ ଦେଇଛନ୍ତି। ସେନାର ଏହି କାର୍ଯ୍ୟାନୁଷ୍ଠାନକୁ ସେ ୧୯୧୯ ସ୍ୱାଧୀନତା ସଂଗ୍ରାମ ସମୟର ଜିଲିଆନାୱାଲା ନରସଂହାର ସହ ତୁଳନା କରି ଟ୍ୱିଟ୍‍ କରିଛନ୍ତି। ଏହାସହ ସେ ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କ ତୁଳନା ଜେନେରାଲ ଡାୟର ସହ କରିଛନ୍ତି। ସେ ଟ୍ୱିଟ୍‍ରେ ଲେଖିଛନ୍ତି ଯେ ଜାଲିଆନାୱାଲାରେ ଜେନେରାଲ ଡାୟରଙ୍କ ନରସଂହାର ଭଳି କାଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ଭାରତୀୟ ସେନାଙ୍କୁ ସାବାସି। ଏଥିପାଇଁ ଭାରତୀୟ ସେନା ଓ ଅଧିକାରୀଙ୍କୁ ଭାରତରତ୍ନ ଦେବା ଉଚିତ୍‍। ସେହପରି ଆଉ ଏକ ଟ୍ୱିଟ୍‍ରେ କାଟ୍‍ଜୁ ଏହି ଘଟଣାକୁ ଭିଏତନାମରେ ମାଇ ଲେ’ଙ୍କ ନରଂସହାର ସହ ତୁଳନା କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ପୁଲୱାମାର ଖାରପୁରା ସର୍ନୁ ଗ୍ରାମରେ ଶନିବାର ସେନା ଓ ଅତାଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ସାଧାରଣ ଲୋକେ ସେଠାରେ ଏକତ୍ରିତ ହୋଇ ସେନା ଯବାନଙ୍କ ଉପରକୁ ଢେଲା, ପଥର ମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ସେନାକୁ ଗୁଳି ମାଡ଼ କରିବାକୁ ପଡ଼ିଥିଲା। ଏଥିରେ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ସଂଘର୍ଷରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ଓ ଜଣେ ସେନା ଯବାନ ସହିଦ୍‍ ହୋଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories