www.samajalive.in
Sunday, December 7, 2025
15.1 C
Bhubaneswar

ଖରାଦିନେ ବେଲପତ୍ର ଖାଇଲେ ମିଳିଥାଏ ଏହି ଲାଭ..

ବେଲପତ୍ରରେ କ୍ୟାଲସିୟମ, ଫାଇବର ସହ ଭିଟାମିନ୍‌‌ ଏ, ସି, ବି୧ ଓ ବି୬ ଭଳି ପୋଷକ ତତ୍ତ୍ୱ ରହିଛି। ଅଧିକାଂଶ ଲୋକେ ଜାଣିନଥିବେ ବେଲପତ୍ର ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। ହୃଦୟ ଓ ଯକୃତ ଜନିତ ସମସ୍ୟା ଦୂର କରିବାରେ ସହାୟକ ହେବା ସହ ସୁସ୍ଥ ରଖିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ନିୟମିତ ବେଲପତ୍ର ସେବନ କରିବାକୁ ପରାମର୍ଶ ଦେଇଥାଆନ୍ତି।

ଏହି ପତ୍ରକୁ ଦିନର ଯେକୌଣସି ସମୟରେ ସେବନ କରି ପାରିବେ। ମାତ୍ର ବିଶେଷଜ୍ଞଙ୍କ ମତାନୁସାରେ ସକାଳେ ଖାଲି ପେଟରେ ଏହାର ସେବନ କରିବା ଦ୍ୱାରା ଅଗଣିତ ଲାଭ ମିଳିଥାଏ।

- Advertisement -

ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଖାଲି ପେଟରେ ବେଲପତ୍ର ଖାଆନ୍ତୁ।

ନିୟମିତ ସକାଳେ ଖାଲି ପେଟରେ ବେଲପତ୍ର ସେବନ କରିବା ଦ୍ୱାରା ଗ୍ୟାଷ୍ଟ୍ରିକ, ଏସିଡିଟି ଓ ବଦହଜମିରୁ ମୁକ୍ତି ମିଳିଥାଏ।
ଖାଲି ପେଟରେ ବେଲପତ୍ର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ନିୟମିତ ସକାଳେ ବେଲପତ୍ର ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ହୃଦୟ ଜନିତ ରୋଗରୁ ରକ୍ଷା କରିଥାଏ।
ଏହାସହ ହୃଦଘାତ,ଉଚ୍ଚ ରକ୍ତଚାପ ହେବାର ସମ୍ଭାବନାକୁ କମ୍‌‌ କରିଥାଏ। ହୃଦୟ ସୁସ୍ଥ ରହିଥାଏ।

ବେଲପତ୍ରର ଗୁଣ ଶରୀରକୁ ଥଣ୍ଡା ପ୍ରଦାନ କରିବା। ବେଲପତ୍ର ସେବନ କରିବା ଦ୍ୱାରା ଶରୀର ଥଣ୍ଡା ରହିଥାଏ।
ତେଣୁ ଖରାଦିନେ ନିୟମିତ ବେଲପତ୍ର ସେବନ କରିବା ଦ୍ୱାରା ଶରୀରକୁ ଥଣ୍ଡା ଅନୁଭୂତ ହୋଇଥାଏ। ଅଧିକ ଗରମ ଅନୁଭବ ହୁଏ ନାହିଁ।

ପାଟିରେ ବିଭିନ୍ନ ଦାଗ ହେଉଥିଲେ, ବେଲପତ୍ର ସେବନ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

ମଧୁମେହ ରୋଗୀ ନିୟମିତ ସକାଳେ ଖାଲି ପେଟରେ ବେଲପତ୍ର ସେବନ କରି ପାରିବେ। ବେଲପତ୍ରରେ ଥିବା ଫାଇବର ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧୁମେହ ରୋଗୀଙ୍କ ପାଇଁ ଜରୁରୀ। ଖାଲି ପେଟରେ ବେଲପତ୍ର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories