www.samajalive.in
Monday, December 8, 2025
27.1 C
Bhubaneswar

କ’ଣ ପାଇଁ ଡେଇଁଥାଏ ଆଖି? କାହା ପାଇଁ କେତେ ଶୁଭ.. 

ଅନେକ ସମୟରେ ଅଧିକାଂଶ ଲୋକଙ୍କ ଆଖି ଡେଇଁ ଥାଏ। ଏହା ଏକ ସାଧାରଣ କଥା। କିଛି ମିନିଟ୍‌‌ ପାଇଁ ଏଭଳି ହୋଇଥାଏ। ପରେ ଏହା ଠିକ୍‌‌ ମଧ୍ୟ ହୋଇଯାଏ। ମାତ୍ର ହିନ୍ଦୁ ଧର୍ମରେ ଆଖି ଡେଇଁବାର ଉଭୟ ଶୁଭ ଓ ଅଶୁଭ ସଙ୍କେତ ରହିଛି।
ବିଶେଷ କରି ମହିଳା ଓ ପୁରୁଷଙ୍କ ପାଇଁ ଆଖି ଡେଇଁବାର ଭିନ୍ନ ଭିନ୍ନ ଅର୍ଥ ରହିଛି। ମହିଳାଙ୍କ ପାଇଁ ବାମ ଆଖି ଡେଇଁବା ଶୁଭ ବୋଲି କୁହାଯାଏ।

କୌଣସି ମହିଳାଙ୍କ ବାମ ଆଖି ଡେଇଁବା ଦ୍ୱାରା ଶୁଭ ଖବର ମିଳିବା ସହ ସଫଳତା ମିଳିବାର ସଙ୍କେତ ଦେଇଥାଏ। ମାତ୍ର ମହିଳାଙ୍କ ଡାହାଣ ଆଖି ଡେଇଁବା ଦୁର୍ଘଟଣା ଘଟିବାର ସଙ୍କେତ ଦେଇଥାଏ ବୋଲି କୁହାଯାଏ।

- Advertisement -

ସେହିଭଳି ପୁରୁଷଙ୍କ ଡାହାଣ ଆଖି ଡେଇଁବା ଶୁଭଙ୍କର ବୋଲି କୁହାଯାଏ। ଏଭଳି ହେବା କର୍ମକ୍ଷେତ୍ରରେ ସଫଳତା ସହ ଜୀବନରେ ହସଖୁସି ପ୍ରବେଶ କରିବାର ସଙ୍କେତ ଦେଇଥାଏ। ମାତ୍ର ବାମ ଆଖି ଡେଇଁବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବା ସହ କର୍ମରେ ବାଧା ସୃଷ୍ଟି ହେବାର ସଙ୍କେତ ଦେଇଥାଏ।

ଆଖି ଡେଇଁବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଆଖି ଉପରେ ଅଧିକ ପ୍ରଭାବ ପଡିବା ଦ୍ୱାରା,ଭଲ ଭାବେ ନିଦ ନହେବା ଦ୍ୱାରା କିମ୍ବା ଅଧିକ ଚିନ୍ତାଗ୍ରସ୍ତ ରଖିବା ଦ୍ୱାରା ମଧ୍ୟ ଆଖି ଡେଇଁଥାଏ। ମାଂସପେଶୀରେ ମଧ୍ୟ ପ୍ରଭାବ ପଡିଥାଏ। ଯାଦ୍ୱାରା ଆଖି ଜନିତ ସମସ୍ୟା ହୋଇଥାଏ।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories