www.samajalive.in
Monday, December 8, 2025
27.1 C
Bhubaneswar

ବୁଡ଼ି ଯାଉଥିବା ଭାରତୀୟ ମାଛଧରା ଡଙ୍ଗାରୁ ୫ ମତ୍ସ୍ୟଜୀବୀ ଉଦ୍ଧାର

ଡେସ୍କ: ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପୋରବନ୍ଦରଠାରୁ ପ୍ରାୟ ୫୦ କିଲୋମିଟର ଦୂର ମଧ୍ୟ ସମୁଦ୍ରରେ ବୁଡ଼ି ଯାଉଥିବା ଭାରତୀୟ ମାଛଧରା ଡଙ୍ଗାରୁ ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଜରୁରୀକାଳୀନ ଏସଓଏସ୍ କଲର ଜବାବରେ ଆଇସିଜି ଏହି ପଦକ୍ଷେପ ନେଇଛି। ଆଇସିଜି ଜାହାଜ ସି-୧୬ ଖୁବ୍ ଶୀଘ୍ର ମାଛ ଧରା ଡଙ୍ଗା ନିକଟରେ ପହଞ୍ଚି ଉଦ୍ଧାର ଓ ସହାୟତା ଅଭିଯାନ ଆରମ୍ଭ କରିଥିଲା।

ମାଛଧରା ଡଙ୍ଗାଟି ପୋରବନ୍ଦରଠାରୁ ୧୨ କିଲୋମିଟର ଦୂରରେ ବୁଡ଼ି ଯାଇଥିଲା। ଆଇସିଜି ଜାହାଜ ସମସ୍ତ ୫ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲା।

- Advertisement -

ଏହା ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ କର୍ଣ୍ଣାଟକର କୁଣ୍ଡାପୁରା ଉପକୂଳରେ ବିପର୍ଯ୍ୟୟ ଖବର ପାଇବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏକ ଡଙ୍ଗାରୁ ୮ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories