www.samajalive.in
Thursday, December 11, 2025
27.1 C
Bhubaneswar

ରାହୁଲ୍‍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଷ୍ଟାଲିନ୍‍ଙ୍କ ନିଷ୍ପତ୍ତିକୁ ବିରୋଧ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଉପସ୍ଥାପନ କରିବା ପାଇଁ ଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନ୍‍ ଦେଇଥିବା ପ୍ରସ୍ତାବକୁ ବିରୋଧ କରାଯାଇଛି। ଚେନ୍ନାଇରେ ଡିଏମକେର ପୂର୍ବତମ ମୁଖ୍ୟ ଦିବଂଗତ ଏମ୍‍ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‍ବୋଧନ ଦେବା ଅବସରରେ ଷ୍ଟାଲିନ୍‍ କହିଥିଲେ ଫାସିଷ୍ଟ ମୋଦୀ ସରକାରଙ୍କୁ ହରାଇବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି। ତେଣୁ ତାଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଆଗେଇ ଆସିବା ଉଚିତ। ଉକ୍ତ ସଭାରେ ରାହୁଲ୍‍ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ, କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍‍, ପୁଡୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ, ତାମିଲ ସୁପରଷ୍ଟାର ରଜନୀକାନ୍ତ, ବଲିଉଡ୍‍ ତାରକା ତଥା ବିଜେପି ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ପ୍ରସ୍ତାବିତ ମହାମେଣ୍ଟର ଅନ୍ୟାନ୍ୟ ଦଳମାନେ ଷ୍ଟାଲିନ୍‍ଙ୍କ ସହିତ ଏକମତ ହୋଇପାରିନାହାନ୍ତି।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories