www.samajalive.in
Monday, December 8, 2025
27.1 C
Bhubaneswar

ଅଦିନିଆ କାଳବୈଶାଖୀ ଉଜାଡ଼ି ଦେଲା ଘରଦ୍ୱାର

ରାଜନଗର: ବର୍ଷା ନାହିଁ, ହଠାତ ପବନର ବେଗ ଏତେ ଜୋରରେ ବଢ଼ିବାରେ ଲାଗିଲା ଯେ ଚାହୁଁଚାହୁଁ ଘରର ଆଜବେଷ୍ଟ ଛପରକୁ ଉଡାଇ ନେଇଗଲା। ଆଜବେଷ୍ଟଗୁଡିକ ଖଣ୍ଡ ଖଣ୍ଡ ହୋଇ ଘୁରି ଘୁରି ଘରଠାରୁ ବହୁ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି। କାଳବୈଶାଖୀର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି ତାଳଚୁଆ ସାମୁଦ୍ରିକ ଥାନା ରଙ୍ଗଣୀ ପଞ୍ଚାୟତ ପଟ୍ଟାପାରିଆ ଗାଁରେ। ଏହି ଗାଁର କୈଳାଶ ଦାସଙ୍କ ପରିବାର ଖାଉଥିବା ସମୟରେ ହଠାତ ମାଡି ଆସିଥିଲା କାଳ ବୈଶାଖୀ। ଚାହୁଁ ଚାହୁଁ ଘରର ଆଜବେଷ୍ଟ ଛପର ଆକାଶରେ ଉଡୁଥିଲା। ଭୟରେ ପରିବାର ଲୋକେ ଘର ବାହାରକୁ ଦୌଡ଼ି ଅନ୍ୟତ୍ର ସ୍ଥାନକୁ ପଳାଇ ଯାଇଥିଲେ। ମାତ୍ର କିଛି ମୁହୂର୍ତ୍ତରେ ଘରର ଛପର ସମ୍ପୂର୍ଣ୍ଣ ଉଡ଼ାଇନେବା ସହ ଘରର ଆସବାବପତ୍ର ସହ ଲୁଗା ପଟା ଉଡୁଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। କିଛି ଆସବାବ ପତ୍ର ଘର ପଛପଟେ ଥିବା ପୋଖରୀରେ ପଡିଥିଲା। ଆଉ କିଛି ଘର ନିକଟରେ ଚାଷ ଜମିରେ ପଡିଥିଲା। ଯାହାକୁ ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇଥିଲା। ଧାନ, ଚାଉଳ ଓ ଅନ୍ୟାନ୍ୟ ବହୁ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ଏହି ଗାଁର କୈଳାଶ ଦାସଙ୍କ ବ୍ୟତୀତ ଝାଡ଼େଶ୍ୱରୀ ମଣ୍ଡଳ, ତପନ ମାଈତିଙ୍କର ମଧ୍ୟ କିଛି ପରିମାଣରେ କ୍ଷତି ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories