www.samajalive.in
Monday, December 8, 2025
20.1 C
Bhubaneswar

ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ୪ ବର୍ଷ ଜେଲ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ବିଜେପୁର ନିବାସୀ ଫକୀର ଛତ୍ରିଆଙ୍କୁ ହତ୍ୟା ଉଦ୍ୟମ ନେଇ ଅଭିଯୁକ୍ତ ସମ୍ପର୍କୀୟ ଭାଇ ସନ୍ତୋଷ ଛତ୍ରିଆଙ୍କୁ ଟିଟିଲାଗଡ଼ ସବ ଜଜ କୃଷ୍ଣଚନ୍ଦ୍ର ନାୟକ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ଅତିରିକ୍ତ ୫ ହଜାର ଟଙ୍କା ଜୋରିମାନା ଅନାଦେୟରେ ୩ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି।

ଏ ସମ୍ପର୍କରେ ସରକାରୀ ଅଧିବକ୍ତା ରଘୁମଣି ରଥଙ୍କ ସୂଚନା ଦେଇ କହିଛନ୍ତି ଯେ ଗତ ୨୪.୦୭.୨୧ରେ ଫକୀର ନିଜ ଚାଷ ଜମିରୁ ଫେରୁଥିବା ବେଳେ ଅଭିଯୁକ୍ତ ସନ୍ତୋଷ ତାଙ୍କୁ ଏକ ରଫାରେ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏନେଇ ଉଭୟ ପକ୍ଷ ତଥା ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଅଭିଯୁକ୍ତ ସନ୍ତୋଷକୁ ଆଇପିସି ଧାରା ୩୦୭, ୩୨୩, ୫୦୬ ଆଦି ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ ସହ ଦଣ୍ଡାଦେଶ ଶୁଣାଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories