www.samajalive.in
Monday, December 8, 2025
20.1 C
Bhubaneswar

ବିଶ୍ବ ଜଙ୍ଗଲ ଦିବସରେ ବନୀକରଣ ପାଇଁ ସଚେତନତା ସୃଷ୍ଟି

ଭବାନୀପାଟଣା: ବିଶ୍ବ ଜଙ୍ଗଲ ଦିବସ ପାଳନ ଅବସରରେ କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ୟଳୟରେ ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲାରେ ବନୀକରଣ ଏବଂ ଅଧିକ ଜଙ୍ଗଲ ସୃଷ୍ଟି ପାଇଁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ବୈଠକ​‌ରେ ଗୁରୁତ୍ବ ଦିଆଯାଇଥିଲା। ଏହି ଅବସରରେ ଜିଲାରେ ବନୀକରଣ ପାଇଁ ସଚେତନତା ସୃଷ୍ଟି କରାଯାଇଥିଲେ।

ଗଡ଼ଜାତ ଅମଳରେ କଳାହାଣ୍ଡି ରେ ପ୍ରାୟ ୭୦ ଭାଗ ଭୂଖଣ୍ଡ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଥୁଆମୂଲ ରାମପୁର ଏବଂ ଲାଞ୍ଜିଗଡ ବ୍ଲକ୍ ଅଞ୍ଚଳଟି ସମ୍ପୂର୍ଣ ଘଞ୍ଚ ଜଙ୍ଗଲରେ ଭରି ଥିଲା। କ୍ରମଶଃ ଥୁଆମୁଲ ରାମପୁର ର କର୍ଲାପାଟ ଅଞ୍ଚଳକୁ ଅଭୟାରଣ୍ୟ ଭାବେ ଘୋଷଣା କରାଗଲା। ମହୁଲପାଟଣା ରୁ ବେଣାଖମାର ଏବଂ  ନବରଙ୍ଗପୁର ସୀମାନ୍ତ ଯାଏଁ ଘଞ୍ଚ ଜଙ୍ଗଲ ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବଳି ପଡ଼ିଲା। ନିୟମଗିରି ଜଙ୍ଗଲ କଥା ନକହିବା ଭଲ। ଆମପାଣି ର ସାହାଜଖୋଲ ଜଙ୍ଗଲ ର ନାଁ ଶୁଣିଲେ ଦେହ ଶୀତେଇ ଉଠୁଥିଲା। ସାଏସୂର୍ଣି ରୁ ନାକରୁଣ୍ଡି ଏବଂ କେରପାଇ ଯିବାକୁ ଜଙ୍ଗଲ ରାସ୍ତା ହିଁ ଏକମାତ୍ର ବାଟ ଥିଲା। ପୋଡୁ ଚାଷ ପାଇଁ କୁଡ଼କି ପଟ୍ଟା ଦେଇ ଭୋଟ ବ୍ୟାଙ୍କ ସୃଷ୍ଟି ହେଲା। କ୍ରମଶଃ ଜୀବିକା ପାଇଁ ଜଙ୍ଗଲ ସଫା ହେଲା। ଅବଶ୍ୟ କଡାକଡି ନିୟମ ପାଳନ ପରେ କିଛିମାତ୍ରାରେ ରେ ଗଛ ରହିଲା। ତଥାପି କଳାହାଣ୍ଡି ଭଳି ଏକ ଗଡ଼ଜାତ ଅମଳ ର ଜିଲ୍ଲାରେ ୫୦ / ୬୦ ବର୍ଷ ପୁରୁଣା ଗଛ ଟିଏ ପାଇବା ଏବେ ଦୁରୁହ ବ୍ୟାପାର ଅଟେ।

- Advertisement -

ସରକାରୀ ତଥ୍ୟ ଅନୁଯାୟୀ ଜିଲ୍ଲାରେ ଅଧୁନା ୭୯୨୦ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ପ୍ରତିବର୍ଷ ମେଗା ନର୍ସରୀ ଶିର୍ଲିଗୁଡ଼ା, ଡକା ବାହିଲି, ଜୁନାଗଡ଼ ର ଜାରିଂ ଏବଂ ନର୍ଲ୍ଲା ର ଚିପୂଲ୍ ତଥା ଥୁଆମୁଲ ରାମପୁର ର କାଠକୁରା , କର୍ଲାପାଟ ଅଭୟାରଣ୍ୟ ର ପେରମଞ୍ଜି,  କାଙ୍କରିମାଲ, କଟିଙ୍ଗ ପଦର୍ ସମେତ ଜିଲ୍ଲା ର ସମସ୍ତ ୧୩ ଟି ରେଞ୍ଜରେ ଗୋଟାଏ ଲେଖାଏଁ ବଡ ବଡ ନର୍ସରୀ ରହିଛି।  ମୁକୁନ୍ଦ ପୁର, କେଶପଦର, ଫୁକାର ପଦର, ଭେଜିପଦର, ବେଡାଲଖମନ, ଯଂଜେର ଗୁଡା, କନେର, ଢ଼େପଗୁଡା ଆଦି ଜଙ୍ଗଲ ରେ ମଧ୍ୟ ବ୍ୟାପକ ଗଛ କଟା ଯାଇଥିବା ଦେଖିବାକୁ ମିଳୁଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories