www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ ; ଚିକିତ୍ସାଳୟରୁ ସୁସ୍ଥ ହୋଇ ଫେରିଲେ

ଗୁରୁଡିଝାଟିଆ : ଚିକିତ୍ସାପରେ ସୁସ୍ଥ ହୋଇ ଘରକୁ ଫେରିଛି ଜେମା ସଏ (୬୨)। ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଜେମାର ଚିକିତ୍ସା କରିବା ସହିତ ବିଭିନ୍ନ ପରୀକ୍ଷା ମଧ୍ୟ କରିଥିଲେ। ସ୍ୱାସ୍ଥ୍ୟରେ ସୁଧାର ଆସିବା ଫଳରେ ଡାକ୍ତର ଶ୍ରୀ ଦାସ ଜେମାକୁ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ଓ ଔଷଧ ପ୍ରଦାନ କରି ଚିକିତ୍ସାଳୟରୁ ଗାଡି ଯୋଗେ ଘରକୁ ଫେରାଇଥିଲେ। ଫଳରେ ଜେମା ମୁହଁରେ ହସ ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି।
ପ୍ରକାଶଯୋଗ୍ୟ ଜେମା ଅସୁସ୍ଥତା ପାଇଁ ଘରବାରଣ୍ଡାରେ ପ୍ରାୟ ୩ମାସ ଧରି ଶୋଇ ରହିଥିଲା। ସଠିକ୍ ଚିକିତ୍ସା ସୁବିଧା ଓ ସୁଷମ ଖାଦ୍ୟର ଅଭାବ ଯୋଗୁଁ ସଠିକ୍ ଢଙ୍ଗରେ ଚଲାବୁଲା କରି ପାରୁନଥିଲା। ସ୍ଥାନୀୟ ସମାଜ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇ ଘର ବାରଣ୍ଡାରେ ଶୋଇ ରହିଥିବା ଜେମାକୁ ଦେଖିବା ସହିତ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟା ଧିକାରୀ ଡାକ୍ତର ଦାସଙ୍କୁ ଘଟଣା ସଂପର୍କରେ ସମସ୍ତ କଥା କହିଥିଲେ। ଡାକ୍ତର ଦାସ ଜେମାର ଚିକିତ୍ସା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଅଟକି ରହିଥିଲା ପ୍ରାୟ ଦେଢ କିଲୋମିଟର ଦୂରରେ। ଶରୀର ସୁସ୍ଥ ନଥିବାରୁ ଜେମା ମଧ୍ୟ ଚାଲିବା ସମ୍ଭବପର ନଥିଲା। ତେଣୁ ସ୍ଥାନୀୟ ସମାଜ ପ୍ରତିନିଧି ଅନ୍ୟ ୩ଜଣଙ୍କୁ ସାଥିକରି ଖଟିଆରେ କାନ୍ଧରେ ବୋହି ବିପଦ ସଂକୂଳ କାଠପୋଲ ଓ କାଦୁଅ ରାସ୍ତା ଦେଇ ଆମ୍ବୁଲାନ୍ସ ନିକଟକୁ ଆଣି ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଜେମା ୩ଦିନ ଧରି ଚିକିତ୍ସିତ ହୋଇଥିଲେ। ଡାକ୍ତର ଶ୍ରୀ ଦାସ ପ୍ରତ୍ୟେକ୍ଷ ଭାବରେ ନିଜେ ଜେମାର ଚିକିତ୍ସା ବ୍ୟବସ୍ଥା କରିବା ସହିତ ଔଷଧ ଆଦି ପ୍ରଦାନ କରିଥିଲେ। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦାସ ଓ ସେବୀକାମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଜେମା ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛି।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories