www.samajalive.in
Monday, December 8, 2025
17.1 C
Bhubaneswar

୫୧ ଦିନ ପରେ ପୁଣି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମସିଂଘେ

କଲମ୍ବୋ : ଶ୍ରୀଲଙ୍କାରେ ୟୁନାଇଟେଡ୍‍ ନ୍ୟାସନାଲ ପାର୍ଟି ଅଧ୍ୟକ୍ଷ ରନିଲ ବିକ୍ରମସିଂଘେ ରବିବାର ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଫଳରେ ୫୧ ଦିନ ଧରି ଚାଲିଥିବା ରାଜନୈତିକ ଗତିରୋଧର ଅନ୍ତ ଘଟିଛି। ରାଜନୈତିକ ସଂକଟ ଯୋଗୁ ଶ୍ରୀଲଙ୍କାର ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିଲା। ବିକ୍ରିମସିଂଘେଙ୍କୁ ଭାରତର ସମର୍ଥକ ଓ ଚୀନର ବିରୋଧୀ ବୋଲି କୁହାଯାଏ।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୬ରେ ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନା ନାଟକୀୟ ଭାବେ ରନିଲ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ରାଜପାକ୍ଷେଙ୍କୁ ଅବସ୍ଥାପିତ କରିଥିଲେ। ସେବେଠାରୁ ଦେଶରେ ରାଜନୈତିକ ସଙ୍କଟ ଲାଗି ରହିଥିଲା। ସଂସଦରେ ଆସ୍ଥା ଭୋଟରେ ରାଜପାକ୍ଷେ ହାରିଯିବା ପରେ ପଦ ଛାଡ଼ିବାକୁ ମନା କରିଦେଇଥିଲେ। ଏଥିରେ ଶ୍ରୀଲଙ୍କା ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନିର୍ବାଚନ ପ୍ରସ୍ତୁତି ଉପରେ ରୋକ ଲଗାଇଥିଲେ। ଫଳରେ ଶନିବାର ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ବିବାଦୀୟ ପ୍ରଧାନମନ୍ତ୍ରୀ ଭାବେ ୫୧ ଦିନ କାର୍ଯ୍ୟ କରିଥିଲେ। ରନିଲ ବିକ୍ରମସିଂଘେଙ୍କ ସମର୍ଥକ ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନାଙ୍କ ନିଷ୍ପତ୍ତିକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିଲେ। ଶେଷରେ ରାଜପକ୍ଷେ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଦେଶର ସ୍ଥିରତା ପାଇଁ ରାଜପକ୍ଷେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ତାଙ୍କ ପୁଅ ନମଲ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories