www.samajalive.in
Monday, December 8, 2025
27.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ୭୩ ହଜାର ଟଙ୍କା: ଥାନାରେ ମାମଲା, ପୁଲିସର ତଦନ୍ତ ଜାରି

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ବଜାରରୁ  ସ୍ପଷ୍ଟ ଦିବାଲୋକରେ ଜନଗହଳି ପୁର୍ଣ ବଜାର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ଏକ ବ୍ୟାଗରେ ଥିବା ୭୩ ହଜାର ଟଙ୍କା ଲୁଟିନେଇ ଆଖିପିଛୁଳାକେ ଫେରାର ହେବାରେ ସକ୍ଷମ ହୋଇଛନ୍ତି ଲୁଟେରା। ଏହି ଘଟଣାକୁ ନେଇ  ଫିରିଙ୍ଗିଆ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ପଞ୍ଚାୟତର ଶିଟିକାପଟି ଗାଁର ଜୁରିଙ୍ଗା କହଁର ବୋଲି ଜଣାପଡିଛି। ଘଟଣା ପରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଡକାୟତି ମାମଲା ରୁଜୁକରି ତଦନ୍ତ ଜାରିରଖିଛି।
ସୂଚନା ଅନୁସାରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ସୋମବାର ଫିରିଙ୍ଗିଆ ୟୁକୋ ବ୍ୟାଙ୍କରୁ ୫0 ହଜାର ଟଙ୍କା ଓ ଥାନା ରାସ୍ତାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨୨ ହଜାର ଟଙ୍କା ଉଠାଇ ଥିଲେ। ଏହାପରେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ବାବଦରେ  ୧ ହଜାରେ ଟଙ୍କା ଉଠାଇ ତାଙ୍କର ନିଜ ସାଇକେଲରେ ଘରକୁ ଯିବାପାଇଁ ବାହାରିଥିଲେ। ସାଇକେଲରେ ପମ୍ପ କମଥିବାରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଏକା ସାଇକେଲ ମରାମତି ଦୋକାନରେ ଟଙ୍କା ଭର୍ତ୍ତି ବ୍ୟାଗକୁ ସାଇକେଲରେ ଝୁଲାଇ ସାଇକେଲ ଚକରେ ପମ୍ପ ଦେଉଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଏକ ପଲସର ମୋଟରସାଇକେଲରେ ଆସି ସାଇକେଲ ହ୍ୟାଣ୍ଡେଲରେ ଝୁଲାହୋଇଥିବା ଟଙ୍କାକୁ ବ୍ୟଗ ସହ  ଝାମ୍ପି ନେଇ ଫେରାର ହୋଇଯାଇଥିଲେ।
ଥାନା ଠାରୁ ମାତ୍ର ପାଞ୍ଚସହ ମିଟର ଦୂରରେ  ହୋଇଥିବା ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜାନସାଧାରଣ।  ଅନ୍ୟପଟେ ଫିରିଙ୍ଗିଆ ସହରରେ ଏଭଳି ଲୁଟ କେବେ ହୋଇନଥିବା ବେଳେ ଏହି ଘଟଣା ସହରରେ ପ୍ରଥମ ଘଟଣା ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories