www.samajalive.in
Monday, December 8, 2025
20.1 C
Bhubaneswar

କର୍କଟ ରୋଗ ସୃଷ୍ଟିକାରୀ ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡର: ରିପୋର୍ଟ

ନିୟୁର୍କ: ଦୀର୍ଘ ଦିନ ଧରି ବଜାରରେ ବ୍ୟବସାୟ କରୁଥିବା ଏକ ଟପ୍ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ନାମରେ ଅଭିଯୋଗ ଆସିଛି । ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ବର୍ଷ ବର୍ଷ ଧରି ଶିଶୁଙ୍କ ପାଇଁ କର୍କଟ ରୋଗ ସୃଷ୍ଟିକାରୀ ପାଉଡର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସମାଚର ଏଜେନ୍ସି ରାୟଟର୍ସ ଏହି ଘଟଣାର ପର୍ଦଫାସ କରିଛି ।

ସମାଚର ଏଜେନ୍ସି ରାୟଟର୍ସ ରିପୋର୍ଟ ଅନୁଯାୟୀ, ୧୯୭୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କମ୍ପାନୀ ଶିଶୁଙ୍କ ପାଉଡରେ ଆସବେସଟସ ର ବ୍ୟବହାର କରିଆସୁଛି । ଯାହା ଶରୀରରେ କ୍ୟାନସର ରୋଗ ସୃଷ୍ଟି କରିବା ମୁଖ୍ୟ କାରଣ । ଏହି ଘଟଣା ବିଷୟରେ କମ୍ପାନୀର ସମସ୍ତ କର୍ତ୍ତୃପକ୍ଷକୁ ଜଣାଥିଲା । ୧୯୭୧ ରୁ ୨୦୦୦ ପର୍ୟ୍ୟନ୍ତ ଅନେକ ଥର ଜନସନ୍ ବେବି ପାଉଡରରେ ଆସବେସଟସ ଥିବା ଘଟଣା ସାମନାକୁ ଆସିଛି । କମ୍ପାନୀ ଏହାକୁ କେବଳ ଆମେରିକାରେ ବିକ୍ରି କରିଛି ନା ଅନ୍ୟ ଦେଶକୁ ମଧ୍ୟ ରପ୍ତାନି କରିଛି ତାହା ସ୍ପଷ୍ଟ ହୋଇନାହିଁ ।

- Advertisement -

ଏହି ରିପୋର୍ଟ ପରେ ଆମେରିକା ସେୟାର ବଜାରରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ୧୦ ପ୍ରତିଶତ ହ୍ରାସ ଘଟିଛି । ସମାଚର ଏଜେନ୍ସି ରାୟଟର୍ସ ରିପୋର୍ଟ ଅନୁଯାୟୀ ୨୦୦୨ ମସିହା ପରେ କମ୍ପାନୀ ସେୟାର ସବୁଠୁ ଅଧିକ ହ୍ରାସ ପାଇଛି । ୨୦୦୨ ଜୁଲାଇ ୧୯ରେ କମ୍ପାନୀର ସେୟାରରେ ଦାମର ୧୬ ପ୍ରତିଶତ ହ୍ରାସ ହୋଇଥିଲା ।

ସିଏନଏନ ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଏହି ଅଭିଯୋଗକୁ ପୁଣି ଖଣ୍ଡନ କରାଯାଇଛି । ବେବି ପାଉଡର ସୁରକ୍ଷିତ ଏବଂ ଆସବେସଟସ ଫ୍ରି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories