www.samajalive.in
Monday, December 8, 2025
27.1 C
Bhubaneswar

ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତି ଯିବେ ରାଜ୍ୟସଭା। ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୂର୍ତ୍ତି ଜୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସାମାଜିକ କାର୍ଯ୍ୟ, ପରୋପକାର ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ଜୀଙ୍କ ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ରହିଛି। ରାଜ୍ୟସଭାକୁ ତାଙ୍କ ମନୋନୟନ ‘ନାରୀ ଶକ୍ତି’ର ଏକ ଦୃଢ ପ୍ରମାଣ, ଯାହା ଦେଶର ଭାଗ୍ୟ ନିର୍ଦ୍ଧାରଣରେ ମହିଳାଙ୍କ ଶକ୍ତି ଏବଂ ଦକ୍ଷତାର ଏକ ଉଦାହରଣ ମଧ୍ୟ।’’

ଇନଫୋସିସ୍‌ର ସହ-ପ୍ରତିଷ୍ଠାତା ଏନ. ଆର. ନାରାୟଣମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ‘ମୂର୍ତ୍ତି ଟ୍ରଷ୍ଟ’ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି ଏବଂ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ୭୩ ବର୍ଷୀୟା ସୁଧା ମୂର୍ତ୍ତିଙ୍କୁ ୨୦୦୬ରେ ପଦ୍ମଶ୍ରୀ ଓ ୨୦୨୩ରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories