www.samajalive.in
Monday, December 8, 2025
27.1 C
Bhubaneswar

ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ

ବାଙ୍ଗାଲୋର: ଏକଦା ଗାର୍ଡେନ୍ ସିଟି ନାମରେ ପରିଚିତ ବାଙ୍ଗାଲୋର ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ସହରରେ ଗଭୀର ଜଳ ସଙ୍କଟ ଦେଖାଦେଇଛି। ଏହା କେବଳ ବାଙ୍ଗାଲୋର ନୁହେଁ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ। ଏଠାକାର କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଏଠାରେ ଥିବା କୋଚିଂ ସେଣ୍ଟର ଏବଂ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ପିଲାମାନଙ୍କୁ ଘରେ ରହି ଅନଲାଇନ କ୍ଲାସ କରିବାକୁ କହୁଛନ୍ତି।

କେବଳ ଏତିକି ନୁହେଁ, ନିକଟରେ ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲ୍ୟୁଏସଏସବି) ସଟ୍‌ଡାଉନ ଘୋଷଣା କରିଥିଲା। ତେବେ ଆବଶ୍ୟକ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ଏବଂ ଅନଆକାଉଣ୍ଟେଡ୍‌ ଫର୍‌ ୱାଟର (ୟୁଏଫଡବ୍ଲ୍ୟୁ) ସ୍ଥାପନ ପାଇଁ ଏହି ପଦକ୍ଷେପ ନିଆଯାଇଥିଲା।

- Advertisement -

ବାଙ୍ଗାଲୋରର ବିଜୟନଗରସ୍ଥିତ ଏକ କୋଚିଂ ସେଣ୍ଟର ଏହାର ଛାତ୍ରମାନଙ୍କୁ ‘ଜରୁରୀକାଳୀନ ପରିସ୍ଥିତି’ କାରଣରୁ ଏକ ସପ୍ତାହ ପାଇଁ ଅନଲାଇନ୍ କ୍ଲାସ ନେବାକୁ କହିଛନ୍ତି। ଅପରପକ୍ଷେ, ସହରର ବନ୍ନେରଘଟ୍ଟା ରୋଡରେ ଥିବା ଏକ ସ୍କୁଲକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ଭର୍ଚୁଆଲ୍ କ୍ଲାସରେ ଯୋଗଦେବାକୁ କହିଛନ୍ତି।

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories